‘କିଛି ଲୁଚାଛପାରେ ହେବନି’, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମନମୋହନ ସାମଲଙ୍କ ଇସାରା

Creat A Revolution
           

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ଏବଂ ନୂଆ ଟିମ୍ ବି ଘୋଷଣା ହେବ! କିଛି ଲୁଚାଛପାରେ ହେବନି । ରାଜନୀତିରେ କିଛି ଲୁଚାଛପାରେ ହୁଏ ନାହିଁ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନୂଆ ଟିମ୍‌ ବି ଲୁଚାଛପାରେ ହେବ ନାହିଁ । ଦିଲ୍ଲୀରୁ ଫେରିବା ପରେ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମନମୋହନ ସାମଲ କହିଛନ୍ତି, ବିଜେପିକୁ ଗ୍ରହଣ ଲାଗିନାହିଁ ।

ଠିକ ସମୟରେ ଟିମ ଗଠନ କରାଯିବ । ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ପ୍ରଭାରୀଙ୍କ ସହ ଆଲୋଚନା ହୋଇଛି । ଚର୍ଚ୍ଚା ହେଉଛି ଗ୍ରହଣ ସପ୍ତାହ ପରେ ବିଜେପିର ନୂଆ ଟିମ ହୋଇ ପାରେ ଘୋଷଣା। ଏ ପ୍ରଶ୍ନର ଉତ୍ତର ଦେଇ ମନମୋହନ ସାମଲ କହିଛନ୍ତି, ବିଜେପିକୁ ଗ୍ରହଣ ଲାଗିନାହିଁ। ତେଣୁ ଠିକ ସମୟରେ ଟିମ ଗଠନ କରାଯିବ। ରାଜନୀତିରେ କିଛି ବି ଲୁଚାଛପାରେ ହୁଏ ନାହିଁ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ କି ନୂଆ ଟିମ କିଛି ବି ଲୁଚାଛପାରେ ହେବ ନାହିଁ। ସବୁକିଛି ଖୋଲା ଖୋଲିରେ ହେବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନ ହୋଇଛି।

ବିଜେପି ରାଜ୍ୟ ପ୍ରଭାରୀଙ୍କ ସହିତ ମଧ୍ୟ ଦିଲ୍ଲୀରେ ବୈଠକ ହୋଇଛି। ଆଗକୁ ମଧ୍ୟ ଦିଲ୍ଲୀ ଗସ୍ତ ରହିଛି। ବିଳମ୍ବେ କାର୍ଯ୍ୟ ସିଦ୍ଧି। ସମୟ ହେଉଛି ବଳବାନ। ଆଗାମୀ ଦିନରେ ରାଜ୍ୟ ବିଜେପି କଣ କରିବ ତାକୁ ନେଇ ବିଚାର ବିମର୍ଶ କରାଯାଇଛି ।ତେବେ ବିଜେଡିର ଅଭିଯୋଗ ଯେ, ବିଜେପି କିଛି ନିଷ୍ପତ୍ତି ନେଇପାରୁ ନାହିଁ । ଏ ପ୍ରଶ୍ନରେ ମନମୋହନ ସାମଲ କହିଛନ୍ତି, ବିଜେଡି ନିଷ୍ପତ୍ତି ନେଇ ପାରୁ ନ ଥିଲା ବୋଲି ସରକାରରୁ ସେମାନେ ପଳାଇଲେ। ଆମ ନିସ୍ପତ୍ତି ନେଇଛୁ ବୋଲି ସରକାର ଚାଲିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading