ଶ୍ରୀ ଅନ୍ନ ଅଭିଯାନ ରାଇକିଆ ତରଫରୁ ବିଶ୍ୱ ଖାଦ୍ୟ ଦିବସ-୨୦୨୫ ପାଳିତ

Creat A Revolution
           

ସୁସ୍ଥ ଜିବନ ଜାପନ ପାଇଁ ଖାଦ୍ୟ ର ଆବଶ୍ୟକତା ଜେତେ ଜରୁରି ସମସ୍ତେ ସୁଷମ ଖାଦ୍ୟ ପାଇବା ହେଉଛି ମଧ୍ୟ ଏକ ମାନବିକ ଅଧିକାର । ସେଥିପାଇଁ ସାରା ବିଶ୍ୱ ପ୍ରତି ବର୍ଷ ଅକ୍ଟୋବର ମାସ ୧୬ ତାରିଖ କୁ ବିଶ୍ୱ ଖାଦ୍ୟ ଦିବଶ ଭାବରେ ପାଳନ କରନ୍ତି । ସେହିଭଳି ଏ ବର୍ଷ ର ବିଷୟ “ ଉତମ ଖାଦ୍ୟ ଏବଂ ଏକ ଉନ୍ନତ ଭବିଷ୍ୟତ ପାଇଁ ହାତରେ ହାତ ମିଳାଇ”ବାର୍ତା କୁ ଜନସାଧାରଣ ଙ୍କ ପାଖରେ ପହଂଚାଇବା ପାଇଁ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସ ଟିକୁ ପାଳନ କରିଛନ୍ତି । ଶ୍ରୀ ଅନ୍ନ ଅଭିଜାନ ରାଇକିଆ ତରଫରୁ ୧୬.୧୦.୨୦୨୫ ରିଖ ବିଶ୍ୱ ଖାଦ୍ୟ ଦିବଶ ସହିତ କ୍ଷୁଦ୍ରଦାନା ଶଶ୍ୟ ଶିର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇକିଆ କୃଷକ ସଂଗଠନ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଅଧିକାରି, ପଂଚାୟତ ପ୍ରତିନିଧି, ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ର ସଦସ୍ୟା ଏବଂ ସ୍ଥାନୀୟ ଅଂଚଳ ର ମହିଳା ଚାଷୀ ମାନେ ଯୋଗ ଦେଇଥିଲେ । ଗୋଷ୍ଠୀ ର ସଦସ୍ୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶୀ ଖାଦ୍ୟ ର ବିଭିନ୍ନ ପିଠା, କାକରା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରଦର୍ଶୀତ ହୋଇଥିଲା ।କାର୍ଯ୍ୟକ୍ରମ ରେ ମହିଳା ପରିଦର୍ଶିକା ଉଷାରାଣୀ ସାହୁ ଉପସ୍ଥିତ ରହି ପାରମ୍ପରିକ ଖାଦ୍ୟ ର ବିଶେସତ୍ୱ ଓ ମୂଲ୍ୟବୋଧ କୁ ପ୍ରଞଳ ଭାବରେ ବୁଝାଇବା ସହ ପ୍ରଦର୍ଶୀତ ହୋଇଥିବା ବିଭିନ୍ନ ଖାଦ୍ୟ ର ମହତ୍ୱ କୁ ଉପସ୍ଥିତ ହିତାଧିକାରୀ ଙ୍କୁ ବୁଝାଇଥିଲେ । ସ୍ଥାନୀୟ କୃଷୀ ଅଧିକାରି ଜଗଦିଶ ସେଠୀ ଯୋଗଦେଇ ଶ୍ରୀ ଅନ୍ନ କାର୍ଯ୍ୟକ୍ରମ ରେ ଚାଷୀ ମାନଙ୍କ ଦ୍ୱାରା କରାଯାଉଥିବା ମାଣ୍ଡିଆ ଚାଷ କିପରି ଉତମ ଜୀବନ ଏବଂ ଉତମ ଭବିଷ୍ୟତ ପାଇଁ ସହାୟକ ହେଉଛି ତାହା ବୁଝାଇ କହିଥିଲେ । ସେହିଭଳି ମାଣ୍ଡିଆ ଓ ଅଣମାଣ୍ଡିଆ ଚାଷ ର ଗୁରୁତ୍ୱ ଉପରେ ଆଲୋକପାତ କରି ଅଧିକରୁ ଅଧିକ ଚାଷୀ ଙ୍କୁ ଯୋଡିବା ପାଇଁ ଏହି ଦିନିକିଆ କର୍ମଶାଳା ରେ ପ୍ରୟାସ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣ କାରୀ ପ୍ରଦର୍ଶୀତ ହୋଇଥିବା ଖାଦ୍ୟ ର ମଜା ନେଇଥିବା ବେଳେ ବ୍ଲକ୍ ସଂଯୋଜିକା ଅନ୍ନପୂର୍ଣ୍ଣା ପ୍ରଧାନ, ବିଶ୍ୱରଞନ ଦଳବେହେରା, ହୃଷିକେଶ ଅମାୟ ଓ ଜୟରାମ ମଲ୍ଲିକ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅନ୍ୟ କର୍ମକର୍ତା ମାନେ ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading