ବଡମ୍ବା -: କଟକ ଜିଲ୍ଲା ବଡମ୍ବା ବ୍ଲକ କଙ୍କଡାଯୋଡି ଭାଗବତ ସାହୁ ହାଇସ୍କୁଲ ପଡିଆରେ ବିନା ପରିମିସନରେ ଚାଲିଛି ଶିବାନି ଗଣନାଟ୍ୟ । ଏହି ସମୟରେ ସାମ୍ବାଦିକ ପ୍ରଶ୍ନ କରିବାରୁ ର୍ଦୁବ୍ୟବହାରର ଶିକାର ହେଲେ ଦୁଇ ସାମ୍ବାଦିକ । କିଛି ସମୟ ପାଇଁ ସେଠାରେ ବଚସା ଭିତରେ ସାମ୍ବାଦିକ ଘରକୁ ଫେରିଲେ ତାଙ୍କଠାରୁ ବୁମ୍ ଛଡାଇନେଲେ । ଏଠି ପ୍ରଶ୍ନ ଉଠୁଛି ଯାତ୍ରା ୨୨ତାରିଖଠାରୁ ଖେଳିବା ପରିମିସନ ଥିବା ବେଳେ କାହା ସାହାସରେ ଶିବାନୀ ଗଣନାଟ୍ୟ ପ୍ରଥମ ରାତ୍ରୀ ନାଟକ ୨୧ ତାରିଖ ଦିନ ମଞ୍ଚସ୍ଥ କଲା ।

ଯଦି କିଛି ବଡ ଅଘଟଣ ଘଟିଥାନ୍ତା, ତେବେ କିଏ ଦାୟୀ ରହିଥାନ୍ତା । ଅନ୍ୟ ପକ୍ଷରେ କହିବାକୁ ଭାଗବତ ସାହୁ ହାଇସ୍କୁଲ ଛୁଟି କରି ପଡିଆ ଭିତରେ ଯାତ୍ରା କରିବାକୁ କିଏ ଅନୁମତି ଦେଲା । ବଡମ୍ବା ବିଇଓ ନା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର । ଶିକ୍ଷାର ମନ୍ଦିରରେ ତାଲା ପକାଇ ଯାତ୍ରା କରିବା କେତେଦୁରୁ ଯୁକ୍ତିଯୁକ୍ତ ।

ଏଭଳି ଅନେକ ବର୍ଷ ହେଲାଣି ଏଠାରେ ଏଭଳି ଚାଲୁଛି । କିଛି ମୁଷ୍ଟିମେୟଙ୍କ ପ୍ରଭାବରେ ଏଭଳି ହେଉଥିବା ଅଭିଯୋଗ ହୋଇଆସୁଛି । ପିଲାଙ୍କ ପାଠପଢା ବନ୍ଦକରି ଯାତ୍ରା କରିବା କେତେ ଦୁର୍ ଯୁକ୍ତିଯୁକ୍ତ ଆପଣ ବିଚାର କରନ୍ତୁ । ଅନେକ ଲୋକ ନିଜର ନାମକୁ ଗୁପ୍ତ ରଖି କହିଛନ୍ତି ଯେ ଗାଁରେ ଯାତ୍ରା ଅନୁଷ୍ଠାନ ଯାତ୍ରା କରୁ ମନା ନାହିଁ । କିନ୍ତୁ ହାଇସ୍କୁଲ ପିଲାଙ୍କ ପାଠବନ୍ଦ ନହେଉ । ଆମ ଅନୁରୋଧ କରିଛନ୍ତି ଯେ କଟକ ଜିଲ୍ଲାପାଳ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
Discover more from odia.bnslive.in
Subscribe to get the latest posts sent to your email.
