ଭୁବନେଶ୍ୱରରେ ପହଞ୍ଚିଲା SI ଚାକିରି କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଉତ୍ତରାଖଣ୍ଡରୁ ଶଙ୍କରକୁ ଆଣିଲା କ୍ରାଇମବ୍ରାଞ୍ଚ ଟିମ୍ । ଏୟାରପୋର୍ଟରୁ ସିଧା କ୍ରାଇମବ୍ରାଞ୍ଚ ଅଫିସ୍ ଗଲା ଶଙ୍କର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଛି, ‘ମୁଁ ଲୁଚି ନଥିଲି, ଆଇନଗତ ଭାବେ ଲଢୁଛି । ହାଇକୋର୍ଟଙ୍କୁ ପ୍ରି-ବେଲ୍ ଆପ୍ଲିକେସନ୍ ମାଗିଥିଲି । ମୋ ଉପରେ ଲଗାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ’ । ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଶଙ୍କରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଘଟଣା ସାମ୍ନାକୁ ଆସିବା ପରଠାରୁ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି । ଶଙ୍କର ପୃଷ୍ଟି ସହ ତା’ର ସ୍ତ୍ରୀ ଦୀପ୍ତିମୟୀଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ । ପୋଲିସ SI ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ହେଉଛି ଶଙ୍କର ପୃଷ୍ଟି । ତାର କଳା କାରନାମାର ପର୍ଦ୍ଦାଫାସ୍ କରିଥିଲା ଅର୍ଗସ । ପରୀକ୍ଷାର୍ଥୀଙ୍କ ଟଙ୍କାରେ ଅୟସ କରୁଥିଲା ଶଙ୍କର ପୃଷ୍ଟି । ବିଭିନ୍ନ ଜାଗାରେ ସେ କିଣିଛି ଦାମୀ ଜମି, ଅର୍ଗସ ହାତରେ ଲାଗିଥିଲା ଏକ୍ସକ୍ଲୁସିଭ୍ ଦସ୍ତାବିଜ୍।
ଦିନ ମଜୁରିଆଙ୍କ ପୁଅ କେମିତି ଶହେ କୋଟିର ମାଲିକ ହେଲା ? ଗାଁରେ ଟାଉଟରୀ କରୁଥିବା ଶଙ୍କର କେମିତି ବନିଗଲା ପ୍ରଶ୍ନପତ୍ର କେଳେଙ୍କାରୀର ସର୍ଦ୍ଦାର। ପଞ୍ଚସଫ୍ଟ ସିଲିକନ୍ ନେକ୍ସସର ବଡ଼ ପ୍ରମାଣ ଅର୍ଗସରେ ହାତରେ ଲାଗିଥିଲା । ଏସଆଇ ନିଯୁକ୍ତି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ୧୨୩ ଜଣଙ୍କୁ ଗିରଫ କରିଥିଲା । ମାସକ ପରେ ଗତ ୩୦ ତାରିଖରେ ଜାମିନରେ ଜେଲରୁ ବାହାରିଥିଲେ ୧୧୪ ଜଣ ପରୀକ୍ଷାର୍ଥୀ । ତେବେ ଶଙ୍କରର ସହଯୋଗୀ ମୁନା ମହାନ୍ତି ସହ ୯ ଦଲାଲ ଜେଲରେ ଅଛନ୍ତି । ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱରରୁ ଶ୍ରୀକାକୁଲମ ଅଭିମୁଖେ ଯାଉଥିବା ତିନିଟି ବସକୁ ଅଟକାଇ ଏସଆର ପରୀକ୍ଷାର ଆଶାୟୀଙ୍କୁ ଧରି କେଳେଙ୍କୀରୀର ଗୁମର ଖୋଲିଥିଲା ପୋଲିସ। ଅକ୍ଟୋବର ୧ରେ ଏମାନେ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିଲେ । ପ୍ରଥମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ସରକାର । ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଏବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ହୋଇଥିବାବେଳେ ଶ୍ରୀକାକୁଲମ ମଡ୍ୟୁଲର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି, ଦୀଘା ମଡ୍ୟୁଲ ଅଭିଯୁକ୍ତି ଅରବିନ୍ଦ ଦାସ, ମୁନା ମହାନ୍ତିଙ୍କୁ ନିଜ ଫାର୍ମହାଉସରେ ଆଶ୍ରୟ ଦେଇଥିବା ବିଜେଡି ନେତା ଅଭିମନ୍ୟୁ ଦୋରା । ଶ୍ରୀକାନ୍ତ ମହାରଣା, ବିଶ୍ବରଂଜନ ବେହେରା, ପ୍ରିୟଦର୍ଶନୀ ସାମଲ ପ୍ରମୁଖ ଜେଲରେ ଅଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.
