ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ରନ ମେସିନ ନାଁ ଲୋକପ୍ରିୟ ହାସଲ କରିଥିବା ବିରାଟ ଗତ କିଛି ବର୍ଷ ହେଲା କ୍ରିକେଟ ଦୁନିଆରେ ରାଜ କରୁଛନ୍ତି।

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କିଙ୍ଗ କୋହଲି ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ରନ ମେସିନ ନାଁ ଲୋକପ୍ରିୟ ହାସଲ କରିଥିବା ବିରାଟ ଗତ କିଛି ବର୍ଷ ହେଲା କ୍ରିକେଟ ଦୁନିଆରେ ରାଜ କରୁଛନ୍ତି। ବିରାଟ ଏହି ଜେନେରେସନ ପାଇଁ ସବୁଠାରୁ ମହାନ ଖେଳାଳି ଅଟନ୍ତି। ସେ ନିଜ କ୍ରିକେଟ କ୍ୟାରିୟରରେ ବହୁତ ବଡ଼ ବଡ଼ ରେକର୍ଡ କରିଛନ୍ତି। ରନ ମେସିନ ବିରାଟ କୋହଲି ଆଜି ନଭେମ୍ବର ୫ ତାରିଖରେ ନିଜ ଜନ୍ମଦିନ ପରିବାର ସହ ପାଳନ କରୁଛନ୍ତି। ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ବିରାଟଙ୍କ ବ୍ୟାଟିଂର ଯାଦୁ ସବୁ ଫର୍ମାଟରେ ଫ୍ୟାନ୍ସ ମାନେ ଦେଖିଛନ୍ତି। ଗତ କିଛି ବର୍ଷ ହେଲା ଭାରତର ସେ ଜଣେ ବଡ଼ ମ୍ୟାଚ ଓ୍ବିନର। ବିରାଟ ଏବେ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ବର୍ତ୍ତମାନ ବିରାଟ କେବଳ ଦିନିକିଆ ଫର୍ମାଟ ଖେଳୁଛନ୍ତି।

ନିକଟରେ ଚାଲିଥିବା ଦିନିକିଆ ଅଷ୍ଟ୍ରେଲିଆ ସିରିଜରେ ୭୪ ରନର ପାଳି ଖେଳି ପ୍ରମାଣ କରିଛନ୍ତି ଯେ, ତାଙ୍କର ଫିଟନେସ ବୟସ ଅଗରେ ହାର ମାନିଛି। ବିରାଟ କୋହଲିଙ୍କ ଦମଦାର କ୍ୟାରିୟର: ବିରାଟ କୋହଲି ଭାରତ ପାଇଁ ୧୨୩ ଟେଷ୍ଟ, ୩୦୫ ଦିନିକିଆ ଏବଂ ୧୨୫ ଟି-୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୯୨୩୦ ରନ କରିଛନ୍ତି। ଯେଉଁଥିରେ ୩୦ ଶତକ ସାମିଲ ଅଛି। ଦିନିକିଆରେ ବିରାଟ ୧୪,୨୫୫ ରନ ପୁରା କରିଛନ୍ତି। ଯେଉଁଥିରେ ୫୧ ଶତକ ସାମିଲ ଅଛି। ଟି-୨୦ରେ ୪୦୦୦ ରୁ ଅଧିକ ରନ କରିଛନ୍ତି। ଏହିସମୟରେ ସେ ନିଜ ନାଁରେ ବହୁ ରେକର୍ଡ କରିଛନ୍ତି। ଜନ୍ମଦିନରେ ବିରାଟଙ୍କୁ ପୁରା ଦେଶବାାସୀଙ୍କ ତଫରୁ ଅଭିନନ୍ଦନ।
