କଂଗ୍ରେସରେ ‘ବିଭୀଷଣ କିଏ’ ? ଭକ୍ତ କହିଲେ ହେବ କାର୍ଯ୍ୟାନୁଷ୍ଠାନ

Creat A Revolution
           

ଭୁବନେଶ୍ଵର : ପ୍ରଥମେ ପ୍ରାର୍ଥୀ ଘୋଷଣା କଲେ, ମୈଦାନରେ ଆଗେ ପ୍ରଚାର କଲେ । ତଥାପି ଦ୍ଵିତୀୟ ସ୍ଥାନରେ ରହିଲା କଂଗ୍ରେସ । ନୂଆପଡ଼ା ପରାଜୟକୁ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, “ନୂଆପଡ଼ାରେ କଂଗ୍ରେସ ସହ କଂଗ୍ରେସ କରିଛି ଆତ୍ମଘାତୀ କାମ । ଏହାକୁ ସମୀକ୍ଷା କରିବ କଂଗ୍ରେସ । ଏହି ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।” ସେପଟେ ନୂଆପଡ଼ା ବିପର୍ଯ୍ୟୟ ପରେ ବିଜେଡିରେ ଅସନ୍ତୋଷ ନିଆଁ ତେଜିବାରେ ଲାଗିଛି । ଦଳୀୟ ନିଷ୍ପତ୍ତିକୁ ନେଇ ବର୍ଷିଛନ୍ତି ନିଜ ଦଳର କର୍ପୋରେଟର । ଚକ୍ରାନ୍ତ କରି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଗଲା ବୋଲି କହିଛନ୍ତି ଅଜିତ ବେହେରା । ପାଣ୍ଡିଆନ୍ ଏବେ ବି ସକ୍ରିୟ ପ୍ରଶ୍ନରେ କହିଛନ୍ତି, “ଏବେ ବି ସେ ସବୁ ନିଷ୍ପତ୍ତି ନେଉଛନ୍ତି । ଏମିତି ଚାଲିବା ବିଜେଡି ପାଇଁ ଶୁଭଙ୍କର ନୁହେଁ, ଭବିଷ୍ୟତ ଅନ୍ଧାର ହୋଇଯିବ ।”

ସେହିପରି ବିଜେଡିର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ ମଧ୍ୟ କଡ଼ା ଟାର୍ଗେଟ କରିଛନ୍ତି । ବିଜେଡିରେ ନେଡ଼ି ଗୁଡ଼ ତଳକୁ ବୋହିଲାଣି ବୋଲି ଲେଖିଛନ୍ତି ସିଦ୍ଧାର୍ଥ । ଅନ୍ୟପଟେ ନାଁ ନ ନେଇ ବବି ଦାସଙ୍କୁ ବାଣ ମାରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ସୋସିଆଲ୍ ମିଡିଆ ପୋଷ୍ଟରେ ଏଲିନା ଲେଖିଛନ୍ତି, “କୋମନା ଦାୟିତ୍ଵରେ କିଏ ଥିଲେ । କ୍ରୀତଦାସ ଆଉ ତାଙ୍କର କୋଟେରି ଗ୍ରୁପ ନୁହେଁ ତ ? ଅଣଓଡ଼ିଆ ଦାୟିତ୍ଵରେ ଯଦି ଦଳ ହାରିଥିଲା ବୋଲି କୁହାଯାଉଥିଲା । କ୍ରୀତଦାସ ଦାୟିତ୍ଵରେ ତ ଦଳ ଅମାନତ ହରାଇଲା ।” ଅନ୍ୟପଟେ ବିଜେଡିକୁ ପୁଣି ଶ୍ରୀମୟୀଙ୍କ ବାଣ । ପୁଣି ପାଣ୍ଡିଆନ ଓ ସୁଜାତାଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । ଏଥର ସନ୍ତୃପ୍ତ ମିଶ୍ର ବି ଆସିଛନ୍ତି ଶ୍ରୀମୟୀଙ୍କ ଟାର୍ଗେଟକୁ । ୨୦୨୪ ନିର୍ବାଚନରେ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିରୁ କଟକ ଲୋକସଭା ଟିକେଟ ମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀମୟୀ । ୨୦୨୪ରେ ଧରାଶାୟୀ ହେଲା ପରେ ବିଜେଡି ହାରିବାର କାରଣ ଖୋଜିବା ପାଇଁ ଅନେକ ଥର ସମୀକ୍ଷା କରିଛି । ବରିଷ୍ଠଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ନବୀନଙ୍କ ନେତୃତ୍ଵକୁ ଆହ୍ଵାନ କରିଛନ୍ତି । ଆଉ ଏବେ ନୂଆପଡ଼ା ପରାଜୟ ଝଟକା ଦଳ ଭିତରେ ପୁଣି ବିଦ୍ରୋହକୁ ଖୋରାକ ଯୋଗାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading