କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ସ୍ଵାତିକାର୍ଯ୍ୟାଳୟ ପରିସରରେ ସଂଗଠନ ର ସଂଯୋଜିକା ସୁସ୍ମିତା ଜେନାଙ୍କ ଅଧକ୍ଷତା ରେ ବିଶ୍ୱ ଏଡସ ଦିବସ ଅବସର ରେ ଏକ ରକ୍ତଦାନ ଶିବିର କରାଯିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଗିରିଶ ଚନ୍ଦ୍ର ସାମଲ, ସ୍ଵଧର୍ମ ରାଉତ, ଦିପେଶ ମହାଙ୍କୁଡ ମିନ୍ମୟ ବେହେରା , ପୂଜା ପ୍ରଧାନ , ଦାମିନି ପ୍ରଧାନ , ନିରୁପମା ନାୟକ , ଅନନ୍ତ ଚନ୍ଦ୍ର ମଲ୍ଲିକ ସ୍ଵାତି କର୍ମୀମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା ଏହି ବୈଠକରେ କର୍ମୀ ମାନଙ୍କୁ ବିଶ୍ୱ ଏଡ଼ସ ଦିବସ ରେ ରକ୍ତ ଦାନ ଯୋଗଇ ଦେବା ଅନୁରୋଧ କରାଗଲା ତତ୍ ସହିତ ଉକ୍ତ ଶିବିରରେ ଅଧିକା ରୁ ଅଧିକା ରକ୍ତଦାତା କିପରି ରକ୍ତ ଦାନ କରିବେ ସେ ଉପରେ ସଚେତନତା କରାଯିବା ନେଇ ନିଷ୍ପତ୍ତି ନିଆଗଲା l ରକ୍ତଦାନ ଶିବିର ଦିନ ନିର୍ଧାରିତ ସମୟ ପୂର୍ବରୁ ପହଞ୍ଚି ଶିବିର କୁ ସଫଳ କରାଇବା ପାଇଁ ନିଷ୍ପତ୍ତି ନିଆଗଲାl
Discover more from odia.bnslive.in
Subscribe to get the latest posts sent to your email.
