ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍: ୪ଦିନ ପାଇଁ ‘ନୋ ଡ୍ରୋନ୍ ଜୋନ୍’ ଘୋଷିତ

Creat A Revolution
           

କଟକ  -: ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆିଏସ୍‌ଏଫ୍‌)ର କେଆରଟିସି, ମୁଣ୍ଡଳୀରେ ୫୭ତମ ରେଜିଙ୍ଗ ଡେ ପରେଡ୍ ଆୟୋଜିତ ହେବାକୁ ଯାଉଛି। ଏହି ସମାରୋହରେ ବରିଷ୍ଠ ଅଧିକାରୀ, ସମ୍ମାନିତ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ଓ ସୁରକ୍ଷା ଦୃଷ୍ଟିରୁ ଆଜି ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମୁଣ୍ଡଳିସ୍ଥିତ ସିଆିଏସ୍‌ଏଫ୍‌ କେଆରଟିଏସ୍‌ କ୍ୟାମ୍ପସ୍ ଏବଂ ଏହାର ୫ କିଲୋମିଟର ପରିଧିକୁ ‘ନୋ ଡ୍ରୋନ୍ ଜୋନ୍’ ଭାବେ ଘୋଷଣା କରାଯାଇଛି। ଏହି ସମୟସୀମାରେ ପାରା ଗ୍ଲାଇଡର୍, ପାରା ମୋଟର୍, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍, ମାଇକ୍ରୋଲାଇଟ୍ ବିମାନ, ହଟ୍ ଏୟାର ବେଲୁନ୍, ୟୁଏଭି କିମ୍ବା ଡ୍ରୋନ୍ ଉଡ଼ାଣକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ BNSS ଆଇନ-୨୦୨୩ର ଧାରା ୧୪(୧) ଓ ୧୬୩ ସହିତ ସମ୍ବନ୍ଧିତ ବିଧାନମାନଙ୍କ ଅନୁସାରେ ଏହି ଆଦେଶ ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନ୍ୟାୟିକ ବିଭାଗର ପୂର୍ବ ଲିଖିତ ଅନୁମତି ବିନା ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ସମୟସୀମାରେ କୌଣସି ୟୁଏଭି କିମ୍ବା ଡ୍ରୋନ୍ ପରିଚାଳନାକୁ ଅନୁମତି ମିଳିବ ନାହିଁ। ଏହି ନିଷେଧାଦେଶ ଉଲ୍ଲଂଘନ କଲେ ଡ୍ରୋନ୍ ନିୟମ-୨୦୨୧, ଏୟାରକ୍ରାଫ୍ଟ ଆଇନ ୧୯୩୪ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ଦଣ୍ଡବିଧାନ ସହ ଉପକରଣ ଜବତ କରାଯିବ। ଏହି ସମୟରେ ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍ ଓ ନିର୍ଦ୍ଦିଷ୍ଟ ରାସ୍ତାରେ କୌଣସି ସିଭିଲ୍ କାମ, ନିର୍ମାଣ, ଖନନ, ରାସ୍ତା କଟା କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ ନାହିଁ। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, RWSS, TPCODL, CMC/CDA ଓ ସମ୍ପୃକ୍ତ ଏଜେନ୍ସିମାନେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବେ। ପ୍ରଶାସନ ସ୍ପଷ୍ଟ କରିଛି ଯେ ନିକଟବର୍ତ୍ତୀ ଅଞ୍ଚଳରେ ଚାଲିଥିବା କାର୍ଯ୍ୟକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯିବ ଏବଂ ଉଲ୍ଲଂଘନକୁ ଗମ୍ଭୀରତାର ସହ ବିଚାର କରାଯିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading