କଟକ –: ପାରିବାରିକ କଳହକୁ ନେଇ ସାନ ଭାଇକୁ ହାଣିଲା ବଡଭାଇ। ଏଭଳି ଘଟଣା ଦେବାକୁ ମିଳିଛି କଟକ ଜିଲ୍ଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ନୂଆଗାଁରେ। ବଡ଼ଭାଇ ରବିନ୍ଦ୍ର ପ୍ରଧାନଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସାନଭାଇ ମଣ୍ଟୁ ପ୍ରଧାନ।
ସୁଚନା ଅନୁସାରେ ପାରିବାରିକ କଳହକୁ ନେଇ ବଡ଼ ଭାଇ ରବିନ୍ଦ୍ର ପ୍ରଧାନ ଏକ ଫାଓଡାରେ ସାନ ଭାଇକୁ ଆକ୍ରମଣ କରିଥିଲେ ଯାହା ଫଳରେ ସାନ ଭାଇ ମଣ୍ଟୁ ପ୍ରଧାନ ଆହାତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣା ପଡିଛି। ଏନେଇ ମାଣିଆବନ୍ଧ ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ବଡ଼ ଭାଇକୁ ଗିରଫ କରିବାରେ ବିଫଳ ହୋଇଛି ମାଣିଆବନ୍ଧ ଥାନା ପୋଲିସ ଏଥି ମଧ୍ୟରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତର କୋଣସି ଟେର ପାଉନି । ଦେଖିବାକୁ ଗଲେ ମାଣିଆବନ୍ଧରେ ଦୀର୍ଘ ବର୍ଷ ହେଲା ଅପରାଧ ବଢିଚାଲିଥିବା ପୋଲିସ ସାଜିଛି ନିରବଦ୍ରଷ୍ଟା ।
Discover more from odia.bnslive.in
Subscribe to get the latest posts sent to your email.
