
- ଡକାଡକିରୁ ଶ୍ମଶାନ ପର୍ଯ୍ୟନ୍ତ: ବିବାହର ୨୫ ଦିନରେ ଚାଲିଗଲେ ସ୍ଵାମୀ-ସ୍ତ୍ରୀ
- ଅଗ୍ନିକୁ ସାକ୍ଷୀ ରଖିଥିଲେ, ୨୫ ଦିନରେ ଭାଙ୍ଗିଗଲା ସବୁ ସ୍ଵପ୍ନ
- ସାଥୀରେ ରହିଲେ ମାତ୍ର ୫ ଦିନ, ତାପରେ ସଦାପାଇଁ ବିଚ୍ଛିନ୍ନ
- ନୂଆ ବିବାହ, ନୂଆ ସ୍ଵପ୍ନ… ହଠାତ୍ ଚାଲିଗଲେ ଦୁଇଜଣ
- ଡକାଡକି ହୋଇ ଚାଲିଗଲେ ସ୍ଵାମୀ-ସ୍ତ୍ରୀ, କାନ୍ଦୁଛି ପୂରା ପରିବାର
- ବିବାହର ୨୫ ଦିନରେ ମୃତ୍ୟୁ, ଅଧୂରା ରହିଗଲା ସାତଜନ୍ମର ସପଥ
- ହାତଧରି ଆରମ୍ଭ କରିଥିଲେ ନୂଆ ଜୀବନ, ମଝିରାସ୍ତାରେ ଥମ୍କିଗଲା ଶ୍ୱାସ
- ଅଗ୍ନି ସାକ୍ଷୀରେ ବନ୍ଧିଥିଲେ ସମ୍ପର୍କ, ୨୫ ଦିନରେ ଦୁଃଖଦ ଅନ୍ତ
- ସାଥୀରେ ରହିବାକୁ ଦେଇନି ଭାଗ୍ୟ, ୫ ଦିନ ପରେ ହେଲା ବିଚ୍ଛେଦ
- ନୂଆ ବୋହୁ, ନୂଆ ଘର… ହଠାତ୍ ନିରବ ହେଇଗଲା ଦୁଇଟି ଜୀବନ
ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହାତ ଧରିଥିଲେ । ସୁଖଦୁଃଖରେ ଠିଆ ହେବେ ବୋଲି ପ୍ରତିଜ୍ଞା ନେଇଥିଲେ । ସାତ ଜନ୍ମର ସାଥୀ ହୋଇ ନୂଆ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ଯେମିତି ତାଙ୍କ ଖୁସିରେ ଲାଗିଥିଲା କାହାର ନଜର । ୨୫ ଦିନ ଭିତରେ ସରିଗଲା ସବୁ ଖୁସି । ବିବାହର ମାତ୍ର ୨୫ ଦିନ ପରେ ଚାଲିଗଲେ ସ୍ଵାମୀ-ସ୍ତ୍ରୀ । ପ୍ରଥମେ ସ୍ତ୍ରୀ ଓ ପରେ ସ୍ଵାମୀ । ନବଦମ୍ପତି ସାଥୀରେ ମାତ୍ର ୫ ଦିନ ରହିଥିବାବେଳେ ସମସ୍ତଙ୍କୁ ଦୁଃଖ ଦେଇ ଆରପାରିକୁ ଚାଲିଯାଇଛନ୍ତି ।
ମଧ୍ୟପ୍ରଦେଶ ଗ୍ଵାଲିଅରରୁ ଆସିଛି ଏପରି ଘଟଣା । ପ୍ରଥମେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହାର ୨ ଦିନ ପରେ ଧୈର୍ଯ୍ୟହରା ସ୍ଵାମୀଙ୍କ ବି ମୃତ୍ୟୁ ଘଟିଛି । ବ୍ୟକ୍ତି ଜଣକ ସ୍ତ୍ରୀଙ୍କ ବିୟୋଗକୁ ସହିନପାରି ଶୁକ୍ରବାର ବାଥରୁମରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ୍ ପାଇନଥିବାବେଳେ ପୁରା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
- ବୁଧବାର ବାପଘରେ ମେଘାଙ୍କ ମୃତ୍ୟୁ
୨୩ ବର୍ଷୀୟ ଯୁବତୀ ମେଘା ଓରଫ ଜ୍ୟୋତି ମୁରାର ପୋଲିସ ଷ୍ଟେସନ ଅଧୀନ ହୁରାୱାଲି ଲିଙ୍କ ରୋଡରେ ରହୁଥିଲେ । ସେ ୨୫ ଦିନ ପୂର୍ବରୁ କୁଞ୍ଜ ବିହାର କଲୋନି ଫେଜ୍-୧ ଅଧିବାସୀ ସିଦ୍ଧାର୍ଥ କାନ୍ଦିଲ (୨୬)ଙ୍କୁ ବିବାହ କରିଥିଲେ । ମେଘାଙ୍କ ବାପା ଗୁରଭୀର ସିଂ ଝିଅ ବାହାଘର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଥିଲେ, ଯାହାଦ୍ଵାରା ବିବାହ ପରେ ଝିଅ ଖୁସିରେ ରହିବ । ହେଲେ ତାଙ୍କର ସବୁ ଆଶା ଯେପରି ପାଣି ଫୋଟକା ପରି ମିଳେଇଯାଇଛି । ଗତ ମେ ୧ ତାରିଖରେ ମେଘା ଶାଶୁ ଘରୁ ବାପଘରକୁ ଆସିଥିଲେ । ବୁଧବାର ଦିନ ମେଘାଙ୍କ ବାପା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଓ ମାଆ ଗୀତା ଘରେ ଥିଲେ । ଯେତେବେଳେ ସେ ମଧ୍ୟାହ୍ନ ସମୟରେ ଉପର ମହଲାକୁ ଯାଇଥିଲେ, ସେତେବେଳେ ମେଘାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।
- ୨ ଦିନ ପରେ ସ୍ଵାମୀର ମୃତ୍ୟୁ
ଉଭୟ ପରିବାର ମେଘାଙ୍କ ହଠାତ୍ ମୃତ୍ୟ କୌଣସି ଆତ୍ମହତ୍ୟା ନା ହତ୍ୟା ବୋଲି ଜାଣିପାରୁନଥିବାବେଳେ ଏପଟେ ମେଘାଙ୍କ ସ୍ଵାମୀ ସିଦ୍ଧାର୍ଥଙ୍କ ମୃତ୍ୟୁ ଆଉ ଏକ ଶକ୍ତ ଧକ୍କା ଦେଇଛି । ବୃତ୍ତିରେ କଣ୍ଟ୍ରାକ୍ଟର ଥିବା ସିଦ୍ଧାର୍ଥ ବାଥରୁମରେ ଆତ୍ମହତ୍ୟା କରିଛନ୍ତି । ମେଘାଙ୍କ ବିୟୋଗରେ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ପରିବାର ଓ ସମ୍ପର୍କୀୟ ସନ୍ଦେହ କରୁଛନ୍ତି । ସିଦ୍ଧାର୍ଥଙ୍କ ବାପା ପରମଲ୍ ସିଂ ପୁଅକୁ ରୁମରେ ଖୋଜିଥିଲେ ଓ ଏହାପରେ ଯେତେବେଳେ ସେ ବାଥରୁମ ଖୋଲିଥିଲେ, ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସିଦ୍ଧାର୍ଥଙ୍କୁ ସେ ଝୁଲନ୍ତା ଅବସ୍ଥାରେ ଦେଖି ଅବାକ୍ ହୋଇଯାଇଥିଲେ । ଗୋଲାକା ମନ୍ଦିର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ସିଦ୍ଧାର୍ଥଙ୍କ ମୃତଦେହକୁ ଉଦ୍ଧାର କରିଥିଲା ।
- ସାଥୀରେ ମାତ୍ର ୫ଦିନ ବିତାଇଛନ୍ତି ନବଦମ୍ପତି
ପରିବାରର କହିବାନୁସାରେ, ୨୫ ଦିନ ବିବାହ ମଧ୍ୟରେ ଏହି ନବଦମ୍ପତି ସାଥୀରେ ମାତ୍ର ୫ଦିନ ରହିଥିଲେ । ମେଘା କାହିଁକି ଆତ୍ମହତ୍ୟା କଲେ, ତାହା କେହି ଜାଣିପାରୁନାହାନ୍ତି । ପରିବାର ଲୋକେ ମେଘାଙ୍କ ଏପରି ନିଷ୍ପତ୍ତିକୁ ନେଇ ଭାଙ୍ଗିପଡ଼ିଛନ୍ତି । ସେପଟେ ପୋଲିସ ପୁରା ଘଟଣାକୁ ଗମ୍ଭୀର ଭାବେ ନେଇ ଅଧିକ ତଦନ୍ତ ଜାରି ରଖିଛି । ଫୋରେନସିକ୍ ଟିମ୍ ମଧ୍ୟ ଉଭୟ ଲୋକେସନକୁ ଯାଇ ନମୁନା ସଂଗ୍ରହ କରିଛି ।
- ମୋବାଇଲ ଫୋନ ଓ ଡିଜିଟାଲ ପ୍ରମାଣ ଏକମାତ୍ର ଭରସା
ନବଦମ୍ପତିଙ୍କ ହଠାତ୍ ମୃତ୍ୟୁକୁ ନେଇ ଗ୍ଵାଲିଅର ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ଵରାନ୍ବିତ କରିଛି । ଉଭୟ କନ୍ୟା ପକ୍ଷ ଓ ବର ପକ୍ଷଙ୍କ ବୟାନ ରେକର୍ଡ କରିଛି ପୋଲିସ । ମେଘା ଓ ସିଦ୍ଧାର୍ଥଙ୍କ ମୋବାଇଲ ଫୋନକୁ ମଧ୍ୟ ଯାଞ୍ଚ କରାଯାଉଛି । ସାଇବର ସେଲ୍ ଉଭୟଙ୍କ ଶେଷ କଲ୍ ହ୍ଵାଟ୍ସଆପ୍ ଚାଟ୍ ଭିଡିଓ କିମ୍ବା କୌଣସି ଡିଜିଟାଲ ସୁଇସାଇଡ୍ ନୋଟ୍ ସନ୍ଦେହରେ ଯାଞ୍ଚ କରୁଛି । ଅନ୍ୟପଟେ ଗୋଲାକା ମନ୍ଦିର ପୋଲିସ ଷ୍ଟେସନ ଇନଚାର୍ଜ ଧର୍ମେନ୍ଦ୍ର ସିଂ ଯାଦବ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ଯୁକ୍ତିତର୍କ ହୋଇଥିଲା, ହୁଏତ ସେଥିପାଇଁ ଏଭଳି ଗୋଟେ ଅଘଟଣ ଘଟିଯାଇଛି । ଏଯାବତ୍ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ସେ କହିଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.
