ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା , ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସୁପ୍ରିମ ଝଟକା …

Creat A Revolution
           

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସୁପ୍ରିମ ଝଟକା ଲାଗିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାୟର କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ବିଦ୍ୟାଭାରତୀଙ୍କ ବିରୋଧରେ ହତ୍ୟା ମାମଲାରେ ବିଚାର ପ୍ରକ୍ରିୟା ପାଇଁ ନିର୍ଦ୍ଦେଶ ଦେଇଥିଲେ ପାରଳାଖେମୁଣ୍ଡି SDJM କୋର୍ଟ। ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ବିଦ୍ୟାଭାରତୀ। ପୂର୍ବରୁ ହାଇକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଅକ୍ଟୋବର ୧ ତାରିଖ ପୂର୍ବରୁ ନିମ୍ନ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।”

୨୦୨୧ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡିର ଆସିଷ୍ଟାଣ୍ଟ କନଜରଭେଟର ଅଫ୍ ଫରେଷ୍ଟ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଆଁରେ ପୋଡ଼ି ହୋଇ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଡିଏଫ୍‌ଓ (DFO) ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ମାମଲା ଚାଲିଛି। ଏମାନେ ଏଥିରେ ସାମିଲ ଥିବା ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।”

ପୂର୍ବରୁ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କ ଦୁଇଟି ଯାକ ଆବେଦନ (ବ୍ୟକ୍ତିଗତ ହାଜିରାରୁ ଛାଡ଼ ଏବଂ କୋର୍ଟଙ୍କ ସମନକୁ ଚ୍ୟାଲେଞ୍ଜ) କୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରୁ ଆବେଦନ ଖାରଜ ହେବା ପରେ ବିଦ୍ୟାଭାରତୀଙ୍କ ଗିରଫଦାରୀ ଆଶଙ୍କା ବୃଦ୍ଧି ପାଇଛି।ଏହି ମାମଲାରେ ଏସଡିଜେଏମ୍ (SDJM) କୋର୍ଟ ଏମାନଙ୍କ ବିରୋଧରେ ଆଇପିସି ଦଫା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଅଧୀନରେ ମାମଲା ପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ସତ କ’ଣ ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ତାଙ୍କୁ ହତ୍ୟା କରାଯାଇଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ପ୍ରଶ୍ନବାଚୀ ରହିଛି । ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ତଦନ୍ତ ଚାଲିଛି ।”

୨- ହଠାତ୍ ରୋଷେଇ ଘର ଆଗରେ ଠିଆ ହୋଇଥିବା ସୌମ୍ୟଙ୍କ ଦେହରେ ନିଆଁ ଲାଗିଯାଇଥିଲା


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading