ନୂଆପାଟଣାସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୀଠରେ ସମନ୍ୱିତ ପ୍ରକଳ୍ପ ମେଳା ଅନୁଷ୍ଠିତ

Creat A Revolution
           

କଟକ -: ନୂଆପାଟଣାସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ତଥା ମାତୃପୀଠରେ ସମନ୍ୱିତ ପ୍ରକଳ୍ପ ମେଳା ଅନୁଷ୍ଠିତ ହୋଇଯାଇଛି । ପାଠପଢ଼ା କେବଳ ବହି ଓ ଖାତା ମଧ୍ୟରେ ସୀମିତ ନୁହେଁ। ନୂଆ ନୂଆ ଚିନ୍ତାଧାରା, ବୈଜ୍ଞାନିକ ମନୋଭାବ, ସୃଜନଶୀଳତା ଏବଂ ବ୍ୟବହାରିକ ଜ୍ଞାନ ହିଁ ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିଥାଏ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ସୃଜନଶୀଳ ପ୍ରତିଭାର ବିକାଶ ଲକ୍ଷ୍ୟରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ସମନ୍ୱିତ ପ୍ରକଳ୍ପ ମେଳା। ଏହି ମେଳାରେ ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ, କଳ୍ପନାଶକ୍ତି ଓ ନୂତନ ଚିନ୍ତାଧାରାକୁ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରକଳ୍ପ ମେଳା ହେଉଛି ଏପରି ଏକ ମଞ୍ଚ, ଯେଉଁଠାରେ ପିଲାମାନେ କେବଳ ପାଠ୍ୟପୁସ୍ତକରୁ ଶିଖିଥିବା ଜ୍ଞାନକୁ ନୁହେଁ, ବରଂ ନିଜର ଚିନ୍ତାଧାରା, ପର୍ଯ୍ୟବେକ୍ଷଣ ଓ ସୃଜନଶୀଳତାକୁ ମଧ୍ୟ ପ୍ରକଳ୍ପ ମାଧ୍ୟମରେ ଉପସ୍ଥାପନ କରିପାରନ୍ତି।

ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମହେଶ୍ୱର ବର୍ଦ୍ଧନଙ୍କ ସଭାପତିତ୍ୱ ଓ କୋଷାଧ୍ୟକ୍ଷ ମନୋଜ କୁମାର ଗୁଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶରତ କୁମାର ପାତ୍ର ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ସିଙ୍ଗୋ ହାଁସଦା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଅମର କୁମାର ମହାରଣା, ବିଦ୍ୟାଳୟ ପୃଷ୍ଠପୋଷକ ଅନସୂୟା ସାହୁ, ସ୍ଥାନୀୟ କାଶୀନାଥ ଇଂରାଜୀ ମିଡିୟମ ବିଦ୍ୟାଳୟ ଟ୍ରଷ୍ଟି ପୀତବାସ ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଭାକର ସାହୁ, ସମ୍ପାଦକ ନିହାର ରଞ୍ଜନ ସାହୁ, ସଭ୍ୟ ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଏଥି ସହିତ ବିଚାରକ ଭାବେ ନୂଆପାଟଣା ଚୈତନ୍ୟ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପଦ୍ମନାଭ ଶତପଥୀ, ଅଧ୍ୟାପିକା ସୁଦେସ୍ନା ନନ୍ଦ, ବାୟୋଲୋଜି ଡେମୋନଷ୍ଟ୍ରେଟର ଗୟାଧର ବେହେରା, ଅବସରପ୍ରାପ୍ତ ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ପିଏମଶ୍ରୀ ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ବେହେରା ଓ ସୁଶ୍ରୀ ସଙ୍ଗୀତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏହି ମେଳାରେ ବିଦ୍ୟାଳୟର ପ୍ଲେ କ୍ଲାସ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ୧୬୧ ଜଣ ଛାତ୍ରଛାତ୍ରୀ ମୋଟ ୧୪୬ ଟି ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶନ ପାଇଁ ଆଣିଥିଲେ। ବିଚାରକ ଓ ଅତିଥି ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହ ପ୍ରଥମ, ଦ୍ୱିତୀୟ, ତୃତୀୟ ପ୍ରକଳ୍ପ ଚୟନ କରିଥିଲେ। ପ୍ଲେ ଶ୍ରେଣୀର ସୈାଭାଗ୍ୟ ସାଇଶ୍ରୀ ପ୍ରଧାନ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଇଶାନ୍ ସ୍ୱାଇଁ ଦ୍ୱିତୀୟ ଓ ସୁଦିକ୍ଷା ଭଞ୍ଜ ତୃତୀୟ । ସେହିଭଳି କେଜି ୱାନ୍‌ରେ ସୋମ୍ୟା ସମ୍ୟୁକ୍ତା ସ୍ୱାଇଁ ପ୍ରଥମ, ଶମ୍ଭୁରାଜ ତୋଷ ଦ୍ୱିତୀୟ ସୁଲଗ୍ନା ଦେହୁରୀ ତୃତୀୟ । ସେହିଭଳି କେଜି ଟୁରେ – ଆଦ୍ୟାଶା ସାଇ ସନ୍ତୋଷୀ ପ୍ରଥମ , ସ୍ମୃତିରେଖା ହୋତା ଦ୍ୱିତୀୟ , ହୃଷିକେଶ ନାୟକ ତୃତୀୟ । ପ୍ରଥମ ଶ୍ରେଣୀରେ ଦିପ୍ତିମୟୀ ରାଉତ ପ୍ରଥମ, ପ୍ରିୟଦର୍ଶିନି ନନ୍ଦୀ ଦ୍ୱିତୀୟ, ଆଂଶିକା ପ୍ରିୟଦର୍ଶିନୀ ରାଉତ ତୃତୀୟ । ଦ୍ୱିତୀୟ ଶ୍ରେଣୀରେ ଦିବ୍ୟାନି ଚନ୍ଦ ପ୍ରଥମ, ଜଗଦୀଶ ନନ୍ଦୀ ଦ୍ୱିତୀୟ, ନିହାରିକା ନାୟକ ତୃତୀୟ । ତୃତୀୟ ଶ୍ରେଣୀରେ ଆଦିତ୍ୟ ସାହୁ ପ୍ରଥମ, ସୋମ୍ୟରଞ୍ଜନ ରାଓ ଓ ରଶ୍ମିରଞ୍ଜନ ରାଓ ଦ୍ୱିତୀୟ , ପ୍ରଶାନ୍ତ ଭଞ୍ଜ ତୃତୀୟ । ଚତୁର୍ଥ ଶ୍ରେଣୀରେ ସୋନାଲି ପ୍ରଧାନ ପ୍ରଥମ, ସନ୍ଧ୍ୟାରାଣୀ କଟୁଆଳ ଦ୍ୱିତୀୟ, ସ୍ୱରାଜ ନାୟକ ତୃତୀୟ । ପଂଚମ ଶ୍ରେଣୀରେ ରେୟାନ୍ସ ରାଜ ସାହୁ ପ୍ରଥମ , ସତ୍ୟଜିତ୍ ପ୍ରଧାନ ଦ୍ୱିତୀୟ, ବୁଦ୍ଧାଦିତ୍ୟ ଦାସ ତୃତୀୟ । ଷଷ୍ଠ ଶ୍ରେଣୀରେ ଅଭିଷେକ ଦାସ ପ୍ରଥମ ସପ୍ତର୍ଷି ମନ୍ତ୍ରୀ ଦ୍ୱିତୀୟ, ଶୁଭଶ୍ରୀ ପ୍ରିୟଦର୍ଶିନୀ ତୃତୀୟ । ସେହିଭଳି ସପ୍ତମ ଶ୍ରେଣୀରେ ଅରିଜିତ୍ ନାୟକ ପ୍ରଥମ , ଦିବ୍ୟରଞ୍ଜନ ସାହୁ ଦ୍ୱିତୀୟ, ସାଇ ଶାଶ୍ୱତ ସ୍ୱାଇଁ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

ଏଭଳି ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜେ କିଛି ନୂଆ କରିବାର ଆଗ୍ରହ ସୃଷ୍ଟି କରିଥାଏ। ଏହା ସହିତ ଦଳଗତ କାର୍ଯ୍ୟ, ସମସ୍ୟାର ସମାଧାନ, ନିଜ ଭାବନାକୁ ଅନ୍ୟମାନଙ୍କ ସାମ୍ନାରେ ଉପସ୍ଥାପନ କରିବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ଭଳି ଗୁଣର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଉତ୍ସବରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବର୍ଦ୍ଧନ ସୂଚନା ଦେଇଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ ବିଏନଏସ ଲାଇଭ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading