ମହିଳା ଅଧିକାରୀ ମଦ ପିଇ ମାତାଲ ହୋଇ ରାସ୍ତାରେ କଲେ ଏଭଳି କାଣ୍ଡ… ଦେଖନ୍ତୁ ଭିଡିଓ

Creat A Revolution
           

ବହରାଇଚ -: ମଦ୍ୟ ପାନ କରି ରାସ୍ତ‌ାରେ ହଙ୍ଗାମା ମଚାଉଥିବା ଜଣେ ମହିଳା ଅଧିକାରୀ କ୍ୟାମେରାରେ କଏଦ ହେବା ପରେ ଏହା ‌ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଅଧିକାରୀ ଜଣକ ହେଉଛନ୍ତି ଦେବୀପଟନ ମଣ୍ଡଲର ଉପ ଶମ୍ରିକ କମିସନର ରଚନା କେଶରୱାନୀ।

କମିସନର ରଚନା ମଦ୍ୟ ପାନ କରି ନିଜର ହୋସ୍‌ ହରାଇ ବସିଥିବା ବେଳେ ତାଙ୍କୁ ଜବରଦସ୍ତ ଗାଡ଼ିରେ ବସାଉଛନ୍ତି ଜଣେ ମହିଳା ପୁଲିସକର୍ମୀ। ମାତ୍ର ରଚନା ତାହାକୁ ଖାତିର ନକରି ଗାଡ଼ି ଭିତରକୁ ଯାଉନାହାନ୍ତି। ପୁଲିସ୍‌କର୍ମୀ ତାଙ୍କୁ ପେଲିଠେଲି ନେଇ ଗାଡ଼ି ଭିତରେ ବସାଉଛନ୍ତି। ଏହି ସମୟର ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ଅଧିକାଂଶ ଲୋକ ନିନ୍ଦା କରିଛନ୍ତି।
ଭିଡିଓଟି ହେଉଛି ବହରାଇଚ ଜିଲ୍ଲାର ଜରୱାଲ୍‌ ରୋଡ୍‌ ପୁଲିସ୍‌ ଷ୍ଟେସନ୍‌ ଅଞ୍ଚଳର।

ଭିଡିଓରେ ରଚନା ମଦ ପିଇ ପୁଲିସ୍‌ ସହ ଯୁକ୍ତି କରୁଥିବାର ନଜର ଆସିଛନ୍ତି। ସେ ବାରମ୍ବାର କହୁଛନ୍ତି ‌ଯେ ‘ମୁଁ ଜଣେ ଡିଭିଜିନାଲ୍‌ ସ୍ତରର ଅଫିସର୍‌, ଜିଲ୍ଲା ସ୍ତରର ନୁହେଁ, ମୁଁ କମିସନରଙ୍କ ସହ କଥା ହେବି।’ ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ପୁଲିସ୍‌ ଏହାର ତଦନ୍ତ ପାଇଁ ଭିଡିଓଟିକୁ ଶ୍ରମ ବିଭାଗକୁ ପ୍ରେରଣ କରିଛି। ଏହି ଘଟଣାର ତଦନ୍ତ କରି ଜରୱାଲ୍‌ ରୋଡ୍‌ ପୁଲିସ୍‌ ଷ୍ଟେସନ୍‌ ଇନ୍‌ ଚାର୍ଜ ରାଜେଶ କୁମାର ସିଂହ କହିଛନ୍ତି କି ମହିଳା ଅଧିକାରୀ ଜଣକ ଲକ୍ଷ୍ନୌରୁ ନିଜେ ଗାଡ଼ି ଚଳାଇ ଗୋଣ୍ଡାକୁ ଆସୁଥିଲେ। ସେ ତାଙ୍କ ବାଟ ଭୁଲି ଯାଇ ବହରାଇଚ ଆଡ଼େ ପଶି ଯାଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading