ଓଡିଶା ଉପକୂଳ ଛୁଇଁବ ନାହିଁ ବାତ୍ୟା, ଭୟ କରିବାର କିଛି ନାହିଁ !

Creat A Revolution
           

ଭୁବନେଶ୍ବର -: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଡିପ୍ରେସନ (ଅବପାତ) ଆସନ୍ତା ୮ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ରାଜ୍ୟ ସରକାର ଏଥି ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏହା ଓଡ଼ିଶା ଉପକୂଳକୁ ଛୁଇଁବ ନାହିଁ।ଏସ୍‌ଆରସି ଶ୍ରୀ ଜେନା ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବୋଧିତ କରି କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ମିଳିଛି, ଅବପାତ ଏବେ ପୁରୀ ଠାରୁ ୧୨୫୦ କିଲୋମିଟର ଦୂରରେ ଅଛି। ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଗକୁ ଗତି କରିବ। ବାତ୍ୟା ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ। ୧୦ ତାରିଖ ମଧ୍ୟାହ୍ନ ବେଳକୁ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ। ସେତେବେଳେ ଏହା ଡାହାଣକୁ ମୋଡିବ। ୧୫୦ ରୁ ୨୦୦ କିଲୋମିଟର ଦୂରରେ ରିକର୍ଭ କରିବ।‌ଉପକୂଳ ସହ ସମାନ୍ତରଳ ଭାବେ ଗତି କରିବ ଓ ଉତ୍ତର ବଙ୍ଗୋପସାଗର ମୁହାଁ ହେବ। ବାତ୍ୟା ଓଡ଼ିଶାର ଉପକୂଳକୁ ଛୁଇଁ ନପାରେ।

ବର୍ଷା ଓ ପବନ ହେବ। ବେଶି ଦୂରରେ ଗଲେ ପ୍ରଭାବ କମ ରହିବ। ପାଖରେ ଗଲେ ପ୍ରଭାବ ଅଧିକ ରହିବ। ଏବେ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ୫୦ରୁ ୬୦ କିଲୋମିଟର ବେଗରେ ପବନ ହୋଇପାରେ। ବାତ୍ୟା ପ୍ରଭାବରେ ୧୦ରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା, କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ୮ ତାରିଖ ସକାଳ ପରଠାରୁ କୌଣସି ବ୍ୟକ୍ତି ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading