ପୌର ନିର୍ବାଚନରେ ଏକଜୁଟ ହେଲା କଂଗ୍ରେସ, ପୁରା ଦମରେ ଲଢ଼ିବ କଂଗ୍ରେସ

Creat A Revolution
           

ଆଠଗଡ -:

ଆଠଗଡ ପୌର ନିର୍ବାଚନ ପାଇଁ କଂଗ୍ରେସ ଏକଜୁଟ ହୋଇଛି, ଯୋଉମାନେ କହୁଥିଲେ କଂଗ୍ରେସ ଏକଜୁଟ ହୋଇ ନାହିଁ ଆଜି କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ପୌର ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ ଆଠଗଡ କଂଗ୍ରେସ ଏକଜୁଟ ହୋଇଛି, ଆଠଗଡ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସର କର୍ମୀମାନେ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ ଆଠଗଡର ଲଢୁଆ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା ବିଭୁତିଭୂଷଣ ମିଶ୍ରଙ୍କୁ ହରିଡା ଗହୀର ଠାରୁ ଏକ ବାଇକ ଶୋଭାଯାତ୍ରାରେ ଆଠଗଡ ସହର ପରିକ୍ରମା କରି କଂଗ୍ରେସ ଅଫିସ ପର୍ଯ୍ୟନ୍ତ ନେଇ ଆସିଥିଲେ,

ବହୁଦିନ ପରେ ଆଠଗଡ ସହରରେ ବାଇକ ଶୋଭାଯାତ୍ରାକୁ ଦେଖି ଲୋକେ କୁହାକୁହି ଆରମ୍ଭ କରିଛନ୍ତି ପୌର ନିର୍ବାଚନରେ ଫେରୁଛି କଂଗ୍ରେସ।ଆଠଗଡ କଂଗ୍ରେସ ଅଫିସ ଠାରେ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତାଙ୍କ ସଭାପତିତ୍ୱ ରେ ଅନୁସ୍ଥିତ କର୍ମୀ ସମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜିଲା ସଭାପତି ମାନସ ଚୌଧୁରୀ, ଏହି କର୍ମୀ ସମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଭୁତିଭୂଷଣ ମିଶ୍ର ଯୋଗଦେଇ କହିଲେ ମୋର ଆଉ ବିଧାୟକ ହେବାର ବୟସ ନାହିଁ,ମୁଁ ଆଉ ଖେଳାଳି ହୋଇ ନାହିଁ,ଏବେ ମୁଁ କୋଚ୍ ହୋଇସାରିଛି।ମୋତେ ଦଳ ତଥା ଆଠଗଡ ନେତା ଉମାବଲଭ ଯୋଉ ଦାୟିତ୍ୱ ଦେବେ ମୁଁ ତାକୁ କୋଚ୍ ପରି କାର୍ଯ୍ୟ କରିବି ବୋଲି ସିଧାସଳଖ କର୍ମୀ ସମିଳନୀରେ ଘୋଷଣା କରିଥିଲେ।ସେହିପରି କଂଗ୍ରେସ ନେତା ଉମାବଲଭ ରଥ ଆଠଗଡ ବିଧାୟକ ରାଜା ସ୍ବାଇଁଙ୍କ ଯୋଗୁ ଆଜି ଆଠଗଡ ରେ ସାହିତ୍ୟ,ସଂସ୍କୃତି, ସବୁ ନଷ୍ଟ ହେବା ହୋଇଯାଉଥିବାରୁ ଏହା ଆଠଗଡ ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରକାଶ କରିଥିଲେ, ପ୍ରାରମ୍ଭରେ ପୂର୍ବତନ କାଉନସିଲର ପାର୍ଥସାରଥୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି କର୍ମୀ ସମିଳନୀରେ ପିସିସି ସଭ୍ୟ ଅକ୍ଷୟ ତୁଙ୍ଗ ସାମନ୍ତ,ନଗରପାଳ ପ୍ରାର୍ଥୀନୀ ଅରୁପମା ଭକ୍ତା, ଏନଏସି ପ୍ରଚାର କମିଟି ସଭାପତି ଲଲାଟେନ୍ଦୁ ସେନାପତି,ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ବରିଷ୍ଠ କଂଗ୍ରେସ ନେତା ପ୍ରଭାକର ପଟ୍ଟନାୟକ, ଜଗଦାନନ୍ଦ ପଟ୍ଟନାୟକ, ସୁନିଲ ସୁତାର, ଗୋକୁଳାନନ୍ଦ ଦାଶ,ପ୍ରଫୁଲ୍ଲ ସାହୁ, ପ୍ରକାଶ ପୁହାଣ,ବିଶିଷ୍ଟ ନାରୀନେତ୍ରୀ ନଳିନୀପ୍ରଭା ପଟ୍ଟନାୟକ, ତ୍ରିଲୋଚନ ବେହେରା,ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ,ବିକ୍ରମ ରାୟ ସାମନ୍ତ, ପ୍ରଶାନ୍ତ ବେହେରା, ଆଠଗଡ଼ ଏନ୍ ଏ ସି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ ଏହି ସଭାରେ ଯୋଗ ଦେଇଥିଲେ, ଆଠଗଡ ନଗର କଂଗ୍ରେସ ପକ୍ଷରୁ ଏକ ୧୮ ଦଫା ଇସ୍ତାହାରକୁ ଜିଲା ସଭାପତି ମାନସ ଚୌଧୁରୀ ଉନ୍ମୋଚନ କରିଥିଲେ, ଗର୍ବରେ କୁହ, ମୁଁ ଜଣେ ଆଠଗଡିଆ ଏହି ସ୍ଲୋଗାନ ଏହି ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର କରାଯାଇ ଆଠଗଡ଼ ର ସ୍ୱାଭିମାନ କୁ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ କୁ ସ୍ଵୟଂ ଶାସିତ ମହାବିଦ୍ୟାଳୟ କରିବା, କଟକ ଓ ଭୁବନେଶ୍ବର ରୁ ମୋ ବସ ଆଠଗଡ଼ କୁ ଚଳାଚଳ କରିବା,ଆଠଗଡ଼ କୁ ମୁନିସିପାଲିଟୀ ରେ ପରିଣତ କରିବା ପ୍ରମୁଖ ଦାବୀ ଇସ୍ତାହାର ରେ ପ୍ରକାଶ ପାଇଛି। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ପୂର୍ବତନ କାଉନସିଲର ଅଶୋକ କୁମାର ଦାଶ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading