views 9,727
ଶ୍ରିକାକୁଲମ
-: ସମୁଦ୍ର କୂଳକୁ ଭାସି ଆସିଲା ସୁନା ରଥ ! ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ ଡଙ୍ଗା ଭାସି ଆସି ଥିବା ଦେଖିବାକୁ ମିଳିଛି। ଏଥିରେ ଥାଇ ବା ମଲେଶିୟା ଭାଷାରେ କିଛି ଲେଖା ହୋଇଥିବା ସହ ବୁଦ୍ଧ କଳାକୃତି ଥିବା ଦେଖିବାକୁ ମିଳିଛି। ତେଣୁ ସମ୍ଭବତଃ ଏହା ଥାଇଲ୍ଯାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଇଛି।
ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, ସମୁଦ୍ରିକ ବାତ୍ୟା ‘ଆସାନୀ’ ପାଇଁ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ଆଜି ସକାଳୁ କାକିନାଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବାତ୍ୟା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ପ୍ରସ୍ତୁତି ଚଳାଇଛନ୍ତି। ଗୁରୁବାର ସକାଳ (ମେ ୧୨ ତାରିଖ) ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ଅସାନୀ’ କ୍ରମଶଃ ଦୁର୍ବଳ ହୋଇ ପୁଣି ଅବପାତ ପାଲଟିଯିବ।
Like this:
Like Loading...
Related
Discover more from odia.bnslive.in
Subscribe to get the latest posts sent to your email.