ରାତିରେ ପଡିଲା ହାତଗଣ୍ଠି, ସକାଳୁ କନ୍ୟାକୁ ଛାଡି ବର ଫେରାର

Creat A Revolution
           

ଭରତପୁର -: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି। ରାତିରେ ସମସ୍ତ ରୀତିନୀତିରେ ବିବାହ ସରିବା ପରେ ସକାଳୁ ବରପକ୍ଷ ଲୋକ କନ୍ୟାପକ୍ଷ ଲୋକଙ୍କୁ ଯୌତୁକ ମାଗିଥିଲେ। କନ୍ୟାପକ୍ଷ ଯୌତୁକ ଦେବାକୁ ଅସମର୍ଥ ହେବାରୁ ବର ୨ ଜଣ ସକାଳୁ ବରଯାତ୍ରୀ ନେଇ ଫେରି ଯାଇଥିଲେ।

ଏହି ଘଟଣା ବୟାନା ଥାନାର ସିକନ୍ଦରାବାଦ୍‌ ଗ୍ରାମର। ଏହି ଗାଁର ଦୁଇ ଭଉଣୀ ସୁଷମା ଏବଂ ରାଜକୁମାରୀଙ୍କ ବିବାହ ରାତିରେ ସଂପନ୍ନ ହୋଇଥିଲା। ସକାଳୁ ଝିଅ ବିଦା ପାଇଁ ଯୋଗାଡ଼ ଚାଲିଥାଏ। ସେହି ସମୟରେ ବରପକ୍ଷ ଲୋକ ଅଢ଼େଇ ଲକ୍ଷ ଟଙ୍କାର ମଟରସାଇକେଲ୍‌ ଦାବି କରିଥିଲେ। ମାତ୍ର ଏତେ ଟଙ୍କାର ମଟର ସାଇକେଲ୍‌ ଦେବାକୁ କନ୍ୟାପକ୍ଷ ଲୋକଙ୍କର ସାମର୍ଥ୍ୟ ନଥିଲା। ଏହି କଥାକୁ ନେଇ କଥା ଆଗକୁ ବଢ଼ିଥିଲା। ‌ଶେଷରେ ବରପକ୍ଷ ଲୋକ କନ୍ୟାଙ୍କୁ ନନେଇ ବରଯାତ୍ରୀ ଧରି ଫେରି ଯାଇଥିଲେ।

ଏହି ଘଟଣା ପରେ କନ୍ୟା ଦ୍ବୟ ନିଜ ପରିଜନଙ୍କ ସହ ବୟାନା ଥାନାରେ ପହଞ୍ଚିଥିଲେ। ସେମାନେ ସେଠାରେ ପହଞ୍ଚି ଯୌତୁକ ଲୋଭୀ ଲୋକମାନଙ୍କ ନାମରେ ମାମଲା ରୁଜୁ କରିଥିଲେ। ଜାଣିବାକୁ ମିଳିଛି ଯେ ସୁଷମା ଏବଂ ରାଜକୁମାରୀଙ୍କ ବିବାହ ରାମପୁର ନିବାସୀ ଗୌରବ ଏବଂ ପବନଙ୍କ ସହ ହୋଇଥିଲା। ପୁଲସ୍‌ ‌ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading