ଭୁବନେଶ୍ୱରେ ଏନକାଉଣ୍ଟର : କୁଖ୍ୟାତ ଅପରାଧି ଚକରା ପୋଲିସ କବଜାରେ, ୭ ଫେରାର

Creat A Revolution
           

ଭୁବନେଶ୍ବର -: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଖଣ୍ଡଗିରି ପୁଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପ୍ରାୟ ରାତି ସାଢ଼େ ୪ଟାରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକଙ୍କ ନେତୃତ୍ବରେ ତା’ର ୬/୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କୌଣସି ଏକ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଖଣ୍ଡଗିରି ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ପ୍ରଥମେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ସେଠାରେ ନିଆଁ ଜଳିଥିଲା। କିନ୍ତୁ ପୁଲିସ ଏହାକୁ ଖାତିର ନକରି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ତେବେ ଦୁର୍ବୃତ୍ତ ଓ ପୁଲିସ ଭିତରେ ଗୁଳିବିନିମୟ ବେଳେ ଅନ୍ଧାରର ସୁଯୋଗ ଦେଖି ୬/୭ଜଣ ଅପରାଧୀ ଫେରାର ହୋଇଯାଇଥିଲେ। କୁଖ୍ୟାତ ଅପରାଧୀ ଚକରା ବି ଖସିଯିବାକୁ ବସିଥିବାବେଳେ ପୁଲିସ ଗୁଳିମାଡ଼ରେ ସେ ଘାଇଲା ହୋଇଯାଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading