ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିସନର୍‌ ହେଲେ ରାଜୀବ କୁମାର, ମେ ୧୫ରେ ଦାୟିତ୍ବ ଗ୍ରହଣ କରିବେ

Creat A Revolution
           

ନୂଆଦିଲ୍ଲୀ: ଆଜି ନିର୍ବାଚନ କମିସନର୍‌ ରାଜୀବ କୁମାର ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ଏବେ ମୁଖ୍ୟ ନିର୍ବାଚନ କମିସନର୍‌ ଥିବା ସୁଶୀଲ୍‌ କୁମାର ମେ ୧୪ରେ ଅବସର ଗ୍ରହଣ କରିବା ପରେ ମେ ୧୫ରେ ରାଜୀବ କୁମାର ଦାୟିତ୍ବ ଗ୍ରହଣ କରିବେ ବୋଲି ଆଇନ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।

ଉକ୍ତ ବିଜ୍ଞପ୍ତିକୁ ସାମାଜିକ ଗଣମାଧ୍ୟମ‌ରେ ପୋଷ୍ଟ୍‌ କରି ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ରାଜୀବ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ଚାକିରି ଜୀବନରେ କୁମାରଙ୍କର ବ୍ୟାପକ ପ୍ରଶାସନିକ ଅଭିଜ୍ଞତା ରହିଛି। ଚାକିରିକାଳରେ ସେ ନିଜ ରାଜ୍ୟ ଝାଡ଼ଖଣ୍ଡରେ ବିଭିନ୍ନ ପ୍ରଶାସନିକ ପଦବୀରେ ରହିବା ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଛନ୍ତି। କେନ୍ଦ୍ର ସରକାରରେ ମଧ୍ୟ ସେ ବିଭିନ୍ନ ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ୨୦୧୨ ମାର୍ଚ ୧୯ରୁ ୨୦୧୫ ମାର୍ଚ ୧୨ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟର ବ୍ୟୟ ବଭାଗରେ କୁମାର ଯୁଗ୍ନ ସଚିବ ଏବଂ ପରେ ଅତିରିକ୍ତ ସଚିବ ପଦବୀରେ ରହିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading