ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେଲା ୧୩ ବର୍ଷର ନାବାଳକ

Creat A Revolution
           

ଲକ୍ଷ୍ନୌ -: ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ସେର୍‌ପୁର ଥାନା ଅଞ୍ଚଳରେ ଜଣେ ବର୍ଷକର କୁନି ଝିଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୩ ବର୍ଷର ଜଣେ ନାବାଳକକୁ ଧରିଛି। ପୋଲିସ ସୂଚନା ମୁତାବକ, ନାବାଳକ ଜଣକ ନିଜ ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଚାହୁଁଥିଲା। ଏଥିପାଇଁ ସେ ଫିଲ୍ମି ଷ୍ଟାଇଲରେ ଝିଅଟିକୁ ହତ୍ୟା କରି ମୃତଦେହକୁ ସ୍କୁଲ ପାଣି ଟାଙ୍କି ଭିତରେ ଫିଙ୍ଗି ଦେଇଥିଲା।

ଏତିକି ନୁହେଁ, ମୃତଦେହ ଯେପରି ପାଣିରେ ନ ଭାସିବ, ସେଥିପାଇଁ ଅଭିଯୁକ୍ତ ମୃତଦେହ ଗୋଡ଼ରେ ଇଟା ବାନ୍ଧିଥିଲା। ସୂଚନା ମୁତାବକ, ସେର୍‌ପୁର ଥାନା ଅଧୀନ ଜୁଗୋର ଗାଁରେ ସୁଶୀଲ ପାଣ୍ଡ୍ୟାଙ୍କର ୧ ବର୍ଷର କୁନି ଝିଅ ଘରୁ ନିଖୋଜ ହୋଇ ଯାଇଥିଲା। ଏ ନେଇ ସୁଶୀଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜଣା ପଡ଼ିଥିଲା କି, ଦୁଇ ଜଣ ନାବାଳକ ଝିଅକୁ ନିଜ ସାଥୀରେ ଧରି ସ୍କୁଲ ଆଡ଼କୁ ନେଇ ଯାଉଥିଲେ। ଯେତେବେଳେ ପୋଲିସ ସ୍କୁଲରେ ଖୋଜାଖୋଜି ଆରମ୍ଭ କରିଥିଲା, ତ ସେଠାରେ ପାଇଖାନା ଟାଙ୍କି ଭିତରେ ଝିଅର ମୃତଦେହ ମିଳିଥିଲା। ମୃତଦେହ ଗୋଡ଼ରେ ଇଟା ବନ୍ଧା ହୋଇଥିବା ବେଳେ ଶରୀରରେ କୌଣସି କପଡ଼ା ନ ଥିଲା।

ପୋଲିସ ପାଣି ଟାଙ୍କିରୁ ମୃତଦେହ ଉଦ୍ଧାର କରି ସଙ୍ଗେ ସଙ୍ଗେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ପୂରା ମାମଲାର ତଦନ୍ତ କରିବା ପରେ ବର୍ତ୍ତମାନ ଘଟଣାର ଅସଲ କାରଣ ବିଷୟରେ ଖୁଲାସା କରିଛି। ପୋଲିସ କହିବା ଅନୁସାରେ, ୧୩ ବର୍ଷର ନାବାଳକ ହିଁ ଝିଅକୁ ହତ୍ୟା କରିଛି। ନାବାଳକ ଜଣକ ସବୁବେଳେ ନିଶା ସେବନ କରୁଥିଲା ଏବଂ ଲୋକଙ୍କୁ ନାନା ହଇରାଣ ହରକତ କରୁଥିଲା। ଏପରି କି, ତା’ ପରିବାର ଲୋକେ ମଧ୍ୟ ଏ ନେଇ ଅନେକ ବାର ପୋଲିସରେ ଅଭିଯୋଗ କରିଥିଲେ।

ବାପାଙ୍କ ଅପମାନର ପ୍ରତିଶୋଧ ନେବାକୁ ଚାହୁଁଥିଲା ନାବାଳକ

ପୋଲିସ ମୁତାବକ, ବର୍ଷକର କୁନି ଝିଅକୁ ହତ୍ୟା କରିବା ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ନାବାଳକ ବାପାଙ୍କ ଅପମାନର ପ୍ରତିଶୋଧ ନେବାକୁ ଚାହୁଁଥିଲା। ଏଥିପାଇଁ ସେ ନିରୀହ ଝିଅଟିକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ବର୍ତ୍ତମାନ ପୋଲିସ ପଚରାଉଚରା ଜାରି ରଖିଥିବା ବେଳେ ଖୁବ୍‌ଶୀଘ୍ର ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ ବୋଲି କହିଛି। ତେବେ ଘଟଣାଟି ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading