ବଦଳୁଛି ଧର୍ମଗଡ ପଞ୍ଚାୟତ କଲେଜର ରୂପରେଖ

Creat A Revolution
           

ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -:  ସୁଦୃଢ଼ ହେବାରେ ଲାଗିଛି ଧର୍ମଗଡ଼ ପଞ୍ଚାୟତ କଲେଜର ଭିତ୍ତିଭୂମି। ନୂତନ କଲେଜ ବିଲ୍ଡିଂ ସାଙ୍ଗକୁ ନୂତନ ବିଜ୍ଞାନଗାର ପଞ୍ଚାୟତ କଲେଜର ଭିତ୍ତିଭୂମି ବିକାଶରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ଦେଇଛି। ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ନବ ନିର୍ମିତ ଶ୍ରେଣୀ ଗୃହ “ଶିକ୍ଷା ସୌଧ” ଓ ନୂତନ “ବିଜ୍ଞାନ ଗାର” ଉଦଘାଟିତ ହୋଇ ଯାଇଛି।

ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ନବନିର୍ମିତ ଶ୍ରେଣୀ ଗୃହ ଓ ନୂତନ ବିଜ୍ଞାନଗାରର ଶୁଭ ଉଦଘାଟନ କରିଛନ୍ତି ,ପ୍ରଥମେ ଧର୍ମଗଡ଼ ବିଧାୟକ ଙ୍କୁ ପୁଷ୍ପଗୁଛ ଦେଇ ପାଛୋଟି ନେଇଥିଲେ ଓ ଶୁଭ ଉଦଘାଟନ ପାଇଁ ସମସ୍ତ ପୂଜା ବିଧି ଧୂପ ଦୀପ ନଡ଼ିଆ ଭାଙ୍ଗି ଶୁଭ ଉଦଘାଟନ କରିଥିଲେ ପରେ ପରେ କଲେଜ ର ସର୍ବ ପୁରାତନ ଲାଇବ୍ରେରୀ କୁ ଯାଇ ଲାଇବ୍ରେରୀ ଥିବା ବହି ଗୁଡ଼ିକ ର ସଂଗ୍ରହ ଦେଖି ଅତ୍ୟନ୍ତ ଖୁସି ସେହି ଲାଇବ୍ରେରୀ କୁ ଆହୁରି କିପରି ବିକାଶ ହୋଇ ପାରିବ ସେଥି ପ୍ରତି ଅଗମୀ ଦିନରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ, ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ଯୋନ ନମ୍ବର 3ର ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ କିଶୋର ଭଇଁସାଲ, ଧର୍ମଗଡ଼ ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ, ପିଣ୍ଟୁ ଭଇଁସାଲ, ରାଜା ହାତୀ, ବିକାଶ ଅଗ୍ରୱାଲ, ସୁନୀଲ ମେହେର,ନନ୍ଦ ଲାଲ ବଛା, ଧର୍ମଗଡ଼ ପଞ୍ଚାୟତ କଲେଜ ର ପ୍ରିନ୍ସପାଳ କାଳିଆ ଗୁଞ୍ଜନ ସାହୁ ଏବଂ ଧର୍ମଗଡ଼ ପଞ୍ଚାୟତ କଲେଜର ସମସ୍ତେ ଉପସ୍ଥିତ ରହିଥିଲେ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading