ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଶକ୍ତ ଚାପୁଡ଼ା ମାରିଲେ …(ଦେଖନ୍ତୁ ଭିଡିଓ)

Creat A Revolution
           

ମୁମ୍ବାଇ -: ଅଫିସ ଭିତରେ ପଶି ବିଜେପି ପ୍ରବକ୍ତାଙ୍କୁ ଚାପୁଡ଼ା ମାରିଲେ ଏନସିପି କାର୍ଯ୍ୟକର୍ତ୍ତା। ବିଜେପିର ମହାରାଷ୍ଟ୍ର ୟୁନିଟ୍ ନେତା ବିନାୟକ ଅମ୍ବେକର ଏନସିପି କର୍ମୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ବଚସା ହେବା ପରେ ଏନସିପିର ଜଣେ କାର୍ଯ୍ୟକର୍ତ୍ତା ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଏହି ଘଟଣା ସହ ଜଡିତ ଏକ ଭିଡିଓକୁ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ବିନାୟକ ଅମ୍ବେକରଙ୍କୁ ଚାପୁଡ଼ା ମାରୁଥିବାର ଦେଖାଯାଇଛି।

ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ଟ୍ୱିଟରେ ଭିଡିଓ ସେୟାର କରି ଲେଖିଛନ୍ତି ଯେ ମହାରାଷ୍ଟ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟି ମୁଖପାତ୍ର ବିନାୟକ ଅମ୍ବେକରଙ୍କୁ ଏନସିପି କାର୍ଯ୍ୟକର୍ତ୍ତା ଆକ୍ରମଣ କରିଛନ୍ତି ଏବଂ ବିଜେପି ତରଫରୁ ମୁଁ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି। ଏନେଇ ଏନସିପି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏହି ଭିଡିଓରେ କିଛି ଲୋକ ଡେସ୍କରେ ବସିଥିବା ଅମ୍ବେକରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖାଯାଇଛି। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରୁଛନ୍ତି।

ଅନ୍ୟପକ୍ଷରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଫେସବୁକରେ ଏକ ଅପମାନଜନକ ପୋଷ୍ଟିଂ କରିଥିବାରୁ ମରାଠୀ ଅଭିନେତ୍ରୀ କେତକୀ ଚିଟାଲେଙ୍କୁ ଆଜି ଗିରଫ କରାଯାଇଛି। ଏନ୍‌ସିପି ନେତା ସ୍ୱପ୍ନିଲ ନେଟକେଙ୍କ ଅଭିଯୋଗ ଆଧାରରେ ଶନିବାର ଦିନ ଥାନେର କାଲୱା ପୁଲିସ ଷ୍ଟେସନରେ ଚିଟାଲେଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକୃତ ହୋଇଥିଲା, ଯିଏ ଅଭିଯୋଗ କରିଥିଲେ ଯେ ଅଭିନେତ୍ରୀଙ୍କ ଦ୍ୱାରା ପାଓ୍ଵାରଙ୍କ ବିରୋଧରେ ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରାଯାଇଛି। ଚିଟାଲେଙ୍କ ସୋସିଆଲ ମିଡିଆ ପୋଷ୍ଟିଂ ଅପମାନଜନକ। ଏଥିରେ ସେ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ବଦନାମ କରିଛନ୍ତି। ଏହି ପୋଷ୍ଟ ଅଶାନ୍ତି ସୃଷ୍ଟି କରିପାରେ, ଯେଉଁଥିପାଇଁ ଆମେ ସାଇବର ପୁଲିସକୁ ଏକ ଚିଠି ଦେଇଛୁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛୁ ବୋଲି ଏନସିପି ନେତା ସ୍ୱପ୍ନିଲ କହିଥିଲେ। ଏଥିସହ ଏହି ମାମଲାରେ ଅଭିନେତ୍ରୀଙ୍କୁ ଗିରଫ କରିବାକୁ ମଧ୍ୟ ସେ ଦାବି କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading