ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣା: ସାମ୍ନାକୁ ଆସି ଏମିତି କହିଲେ ଯୁବତୀ

Creat A Revolution
           

ଭୁବନେଶ୍ବର -:

 ଭୁବନେଶ୍ୱର ଭରତପୁରରେ ସ୍ୱାମୀକୁ ଚାପୁଡା ମାରି ନବବଧୂ ଫେରାର ଘଟଣାରେ ନୂଆ ଟ୍ଵିଷ୍ଟ। ଭୋ ଭୋ ହୋଇ କାନ୍ଦି ପକାଇଲେ ନବବଧୂ। ପୁଅ ଘର ଲୋକ ଆଣିଥିବା ଅଭିଯୋଗକୁ ଖଣ୍ଡନ କଲେ ନବବଧୂ। ଯାହା ଅଭିଯୋଗ ଆଣୁଛନ୍ତି ତାର ପ୍ରମାଣ ଦିଅନ୍ତୁ ବୋଲି ନବବଧୂ କହିଛନ୍ତି। ଯୌତୁକ ଆଣିବାକୁ ବାରମ୍ବାର କହୁଥିବା ବେଳେ, ମୋତେ ମାରିଦେବେ ବୋଲି ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ନବବଧୂ। କୌଣସି ସୁନା ଗହଣା ଓ ଟଙ୍କା ସେ ନେଇନଥିବା କହିଛନ୍ତି।

ଯଦି ଆଣିଛି ତାର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି। ମୋତେ ସମାଜରେ ବଦ୍‌ନାମ କରାଯାଉଛି। ଆଇନ୍‌ର ଆଶ୍ରୟ ନେବି । ମୋତେ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତି। ଚତୁର୍ଥୀ ରାତିରେ ବୟଫ୍ରେଣ୍ଡ ସହ ଭିଡିଓ କଲ୍‌ କରିନି ବୋଲି ନବବଧୂ କହିଛନ୍ତି। ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଛି ବୋଲି କହିଛନ୍ତି। ଚତୁର୍ଥୀ ରାତି ପରଦିନ ଚାପୁଡ଼ା ମାରି ପ୍ରେମିକ ସହ ନୂଆବୋହୂ ଛୁ ମାରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ସାଙ୍ଗରେ ୪ ଭରି ସୁନା ଓ ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading