ମଦ୍ୟପ ଡ୍ରାଇଭର ଉନ୍ମତ କାଣ୍ଡ ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ୧୧ କେଭି ଖୁଣ୍ଟ: ବିନା କାଗଜପତ୍ର ଓ ନାବାଳକ ହାତରେ ଷ୍ଟେରିଙ୍ଗ

Creat A Revolution
           

ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଟ୍ରାକ୍ଟର ଧକ୍କାରେ ୧୧ କେଭି ଇଲେକ୍ଟ୍ରିକ ଲାଇନ‌ର ଖୁଣ୍ଟ ଧୂଳିସାତ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମପଞ୍ଚାୟତର ‌ପ୍ରଧାନପଡା ଗାଁର ପଟାମୁଣ୍ଡାଇ କେନାଲ ରୋଡ଼ର କଡ଼ରେ ଗୋପିନାଥପୁର ଠାରୁ ପ୍ରଧାନପଡା ଗାଁ ଆଡକୁ ଯାଇଥିବା ସାଲେପୁର ଇଲେକ୍ଟ୍ରିକାଲ ଡିଭିଜନର ୧୧ କେଭି ବିଦ୍ୟୁତ୍ ଖୁଣ୍ଟକୁ ଇଟା ଅନଲୋଡ କରି ଫେରୁଥିବା ଏକ ଟ୍ରାକଟର(OD 04 P 81 85) ଧକ୍କା ଦେଇ ପଟାମୁଣ୍ଡାଇ କେନାଲ ରାସ୍ତାର ତଳକୁ ଗଡ଼ି ୨ ଖଣ୍ଡ ହୋଇଯାଇଥିଲା ।

ଧକ୍କାର ତିବ୍ରତା ଏତେ ଥିଲା ଯେ ଇଲେକ୍ଟ୍ରି ଖୁଣ୍ଟଟି ୪ ଖଣ୍ଡ ହୋଇ ଧୂଳି ସାଥ ହୋଇଯାଇଥିଲା ଏହା ଫଳରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିବା ଜଣାପଡିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର କେହି ମୃତାହତ ହୋଇ ନାହାନ୍ତି । ଇଲେକ୍ଟ୍ରି ଖୁଣ୍ଟଟି ମୂଖ୍ୟ ବିଦ୍ଵୁତ ତାରରୁ ବିଛିନ୍ନ ହୋଇ ଟ୍ରାକ୍ଟର ଧକ୍କା ରେ ୪ ଖଣ୍ଡ ହୋଇ ଯାଇଛି । ଏହି ଅଞ୍ଚଳରେ ଟ୍ରାକ୍ଟର ଗୁଡିକ ବିନା ନମ୍ବର ବିନା କାଗଜପତ୍ରରେ ଦିନ ଦ୍ୱିପ୍ରହରରେ ଚଳପ୍ରଚଳ କରୁଥିବା ବେଳେ କଟକ ଜିଲ୍ଲା ଆର୍.ଟି.ଓ କିମ୍ବା ପୁଲିସ୍ ତରଫରୁ କୈାଣସି ଧରପଗଡ ହେଉ ନାହିଁ କି ଏ ବାବଦରେ କୈଣସି ଯାଞ୍ଚ ମଧ୍ୟ ହେଉନାହିଁ ।

ଏତେ ବଡ଼ କାଣ୍ଡ ଘଟାଇ ସମ୍ପୃକ୍ତ ଟ୍ରାକଟର ଅନ୍ୟ ଏକ ଟ୍ରାକ୍ଟର ସହାୟତାରେ ଗାଡ଼ି ଉଠାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି । ଏହା ପୁଲିସ୍ କୁ ଜଣାଇବା ପରେ ଜଗତପୁର ଥାନା ପାଗା ଫାଣ୍ଡି ପୁଲିସ୍ ତତ୍ପର ହୋଇଉଠିଛି । ଏବେ ଏଠି ଏକ ପ୍ରଶ୍ନ ଉଠୁଛି କି ଯଦି ଏହି ଘଟଣା ସ୍ଥଳରେ ବିଦ୍ୟୁତ ଖୁଣ୍ଟ ନଥାଇ ଜଣେ ଲୋକ ଥାନ୍ତା ତେବେ ତାହାର ଅବସ୍ଥା କଣ ହୋଇଥାନ୍ତା ।ଏହାସବୁ ସରକାରୀ ସ୍ତରରେ କାମ କରୁଥିବା ଅଫିସର ମାନଙ୍କର ବେପରୁଆ ମନୋଭାବ ପାଇଁ ହେଉଛି ବୋଲି ସାଧାରଣରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ଓ ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading