ଆପଣଙ୍କ ଫୋନକୁ କିଏ ଗୋପନରେ ରେକଡିଂ କରୁଛନ୍ତି କି ଏମିତି ଫର୍ମୁଲା ପକାଇ ଜାଣନ୍ତୁ …

Creat A Revolution
           

କଲ୍‌ ରେକର୍ଡିଙ୍ଗ୍‌ ବିଷୟରେ ତ ଆପଣ ଜାଣିଥିବେ। ଅନେକ ଲୋକ ଫୋନରେ କଥା ହେଉଥିବା ସମୟରେ ଅଲଗା ଅଲଗା କାରଣରୁ କଲ୍‌ ରେକର୍ଡ କରନ୍ତି। କିଛି ମାମଲାରେ ଏହା ଠିକ ତ ହୋଇଥାଏ, କିନ୍ତୁ ଆଉ କିଛି ମାମଲାରେ ଏହାର ମିସୟୁଜ୍‌ ବି ହୋଇଥାଏ। ଲୋକଙ୍କର ପ୍ରାଇଭେସୀ ଏବଂ ସିକ୍ୟୁରିଟୀକୁ ଦେଖି ଗୁଗଲ ଥାର୍ଡ ପାର୍ଟି ଆପ୍‌ ଜରିଆରେ କଲ୍‌ ରେକର୍ଡିଙ୍ଗ୍‌ ଉପରେ ବ୍ୟାନ୍‌ ଲଗାଇଦେଇଛି। କିନ୍ତୁ ଆଣ୍ଡ୍ରଏଡର ଯେଉଁ ଫୋନରେ ଡେଫଲ୍ଟ କଲ୍‌ ରେକର୍ଡିଙ୍ଗ ଫିଚର ରହିଛି, ସେଥିରେ ଏବେବି ଲୋକେ କଲ୍‌ ରେକର୍ଡ କରିପାରୁଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଆପଣ କେମିତି ପତ୍ତା କରିବେ ଯେ ଆପଣ ଯାହା ସହ କଥା ହେଉଛନ୍ତି ସେ ଆପଣଙ୍କ କଲ୍‌ ରେକର୍ଡ କରୁଛନ୍ତି ନା ନାହିଁ। ଯଦି ଆପଣ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆମେ ଆଜି ଆପଣଙ୍କୁ କିଛି ଟିପ୍ସ ବତାଇବୁ। ଯାହାଦ୍ୱାରା ଆପଣ ସହଜରେ ଏହା ପତ୍ତା ଲଗାଇପାରିବେ ଯେ ଆପଣ ଯାହା ସହ କଥା ହେଉଛନ୍ତି ସେ ଆପଣଙ୍କ କଲ୍‌ ରେକର୍ଡ କରୁଛନ୍ତି ନା ନାହିଁ। କଲ୍‌ ରେକର୍ଡିଙ୍ଗକୁ ପତ୍ତା ଲଗାଇବା ପାଇଁ ଆପଣଙ୍କୁ ସାମାନ୍ୟ ଆଲର୍ଟ ରହିବାକୁ ପଡିବ। ଯେତେବେଳେ ବି ଆପଣଙ୍କ ପାଖକୁ କୌଣସି କଲ୍‌ ଆସେ କିମ୍ବା ଆପଣ କାହାକୁ କଲ୍‌ କରନ୍ତି ତାହେଲେ କିଛି କଥା ଉପରେ ଆପଣ ଧ୍ୟାନ ନିଶ୍ଚୟ ଦିଅନ୍ତୁ। ଜାଣନ୍ତୁ କେଉଁ କଥା ଉପରେ ଆପଣଙ୍କୁ ବିଶେଷ ଧ୍ୟାନ ଦେବା ଉଚିତ।

ଆଣ୍ଡ୍ରଏଡ୍‌ ଫୋନରେ ଏହା ଦେଖିବାକୁ ମିଳୁଛି ଯେ ଯେତେବେଳେ ଡେଫଲ୍ଡ ଫିଚରର ବ୍ୟବହାର କରି କଲ୍‌ ରେକର୍ଡିଙ୍ଗ କରାଯାଏ ସେତେବେଳେ ବାରମ୍ବାର ବିପ୍‌ ସାଉଣ୍ଡ ଆସିଥାଏ। ଏହି କାରଣରୁ କଲ୍‌ ସମୟରେ ଯେତେବେଳେ ବାରମ୍ବାର ବିପ୍‌ ସାଉଣ୍ଡ ଆସିଥାଏ ସେତେବେଳେ ବୁଝି ନିଅନ୍ତୁ ଯେ ଆପଣ ଯାହା ସହ କଥା ହେଉଛନ୍ତି ସେ ଆପଣଙ୍କ କଲକୁ ରେକର୍ଡ କରୁଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅନେକ ଦେଶରେ କଲ୍‌ ରେକର୍ଡିଙ୍ଗ ସମ୍ପୂର୍ଣ୍ଣ ଭାବରେ ପ୍ରତିବନ୍ଧିତ କରାଯାଇଛି। ଏମିତିରେ ମୋବାଇଲ ନିର୍ମାଣକାରୀ କମ୍ପାନୀ ବିପ୍‌ ଅପ୍ସନ ଦେଇଥାନ୍ତି,ଯାହାଦ୍ୱାରା ରେକର୍ଡିଙ୍ଗ ହେଲେ ଏହା ଜଣାପଡିବ ଯେ ଆପଣଙ୍କ କଲ୍‌ ରେକଡିଙ୍ଗ୍‌ ହେଉଛି। କିନ୍ତୁ ସବୁ ଫୋନରେ ଏହି ଫିଚର ମହଜୁଦ ରହିବା ଜରୁରୀ ବି ନୁହେଁ।

କଲ୍‌ ରିସିଭ୍‌ ହେବାର ତୁରନ୍ତ ପରେ ଯଦି ବିପ୍‌ ଆଓ୍ଵାଜ୍‌ ଆସେ ତାହେଲେ ଜାଣନ୍ତୁ ଏହା କଲ୍‌ ରେକର୍ଡିଙ୍ଗ ହେବାର ସଂକେତ। ଅନେକ ଫୋନରେ କଲ୍‌ ରିସିଭ୍‌ କରିବା ସହିତ ଯଦି ଗୋଟେ ଥର ବିପ୍‌ ସାଉଣ୍ଡ ଶୁଭେ ତାହେଲେ ଜାଣିନିଅନ୍ତୁ ଯେ କଲ୍‌ ରେକର୍ଡିଙ୍ଗ ହେଉଛି।

ନିଜ ଫୋନର ସ୍କ୍ରୀନ ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ କମାଣ୍ଡ ବିନା ନୋଟିଫିକେସନ ବାର ଉପରେ ମାଇକ୍‌ ଆଇକନ୍‌ ଆସୁଛି, ତାହେଲେ ବୁଝିନିଅନ୍ତୁ ଯେ କିଏ ଆପଣଙ୍କ ଉପରେ ନଜର ରଖୁଛି। ଆଉ ଆପଣଙ୍କ ସମସ୍ତ କଥା ଶୁଣୁଛି।

ଅନେକ ଫୋନରେ ଡେଫଲ୍ଟ ରେକର୍ଡିଙ୍ଗ ଅପ୍ସନ ନଥାଏ। ଏମିତିରେ କିଛି ଲୋକ ଫୋନକୁ ସ୍ପିକର ରଖି କଥା ହୁଅନ୍ତି ଏବଂ ଅନ୍ୟ ଏକ ଫୋନରେ ରେକର୍ଡିଙ୍ଗ ଅନ୍‌ କରି ଆପଣଙ୍କ କଥା ରେକର୍ଡ କରନ୍ତି। ଏମିତିରେ ଧ୍ୟାନ ଦିଅନ୍ତୁ ସାମ୍ନା ବାଲା ସ୍ପିକର ଅନ୍‌ କରି କଥା ହେଉଛନ୍ତି ନା ନାହିଁ। ସ୍ପିକର ଅନ୍‌ କରି କଥା ହେବା ଦ୍ୱାରା ପାରିପାର୍ଶ୍ୱିକ ଶବ୍ଦ ଶୁଣାଯାଇଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading