ନୂଆଦିଲ୍ଲୀ :
‘କଫି ଓ୍ଵିଥ କରଣ ଶୋ’ରେ ଶାହାରୁଖ ଆଲିଆ ଭଟ୍ଟଙ୍କ ସହ ଯୋଗ ଦେଇଥିଲେ । ମସ୍ତି-ମଜାକ ମାହୋଲ ଚାଲିଥିବା ବେଳେ ଶାହାରୁଖଙ୍କୁ ଝିଅ ସୁହାନାଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଦେଲେ କରଣ । କରଣ ପଚାରିଲେ- ‘ଆପଣ ଝିଅକୁ ଏବେ ୧୬ ବର୍ଷ ହୋଇଗଲାଣି ।ଯଦି କିଏ ଆପଣଙ୍କ ଝିଅକୁ କିସ କରିଦେବ, ତାକୁ କ’ଣ ଆପଣ ମାରିଦେବେ ।’ କରଣଙ୍କ ପ୍ରଶ୍ନ ସମାପ୍ତ ନହେଉଣୁ ଶାହାରୁଖ କହିପକାଇଲେ –‘ ମୁଁ ତା’ର ଓଠ କାଟିଦେବି ।’ ଶାହାରୁଖଙ୍କ ଉତ୍ତର ଶୁଣି ଆଲିଆ ଓ କରଣ ତାଙ୍କର ହସ ରୋକି ପାରିନଥିଲେ ।
କିଙ୍ଗ ଖାନ୍ଙ୍କ ନେସନାଲ ଟିଭିରେ ଏହି ବୟାନକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ଚାଲିଥିଲା । ଏହି କଥାକୁ ନେଇ ଆଉ ଯିଏ ଯାହ ଭାବୁ ପଛେ ସୁହାନାଙ୍କ ବୟ ଫ୍ରେଣ୍ଡଙ୍କ ହୋସ ତ ନିଶ୍ଚୟ ଉଡିଥିବ । ଖୁବ ଶୀଘ୍ର ସୁହାନାଙ୍କ ଫିଲ୍ମ ‘ଦି ଆର୍ଚିଜ’ର ଟିଜର ମୁକ୍ତି ଲାଭ କରିଥିଲା । ଝିଅର ଟିଜର ରିଲିଜ ହେବା ପରେ ଶାହାରୁଖ ଏକ ସୁନ୍ଦର ପୋଷ୍ଟ କରିଥିଲେ । ତେବେ ଦେଖାଯାଉ ଝିଅର ଜନ୍ମ ଦିନରେ ଶାହାରୁଖ କ’ଣ ଲେଖୁଛନ୍ତି ।