ସୁପ୍ରିମ୍‌ କୋର୍ଟଙ୍କ ଝଟ୍‌କା : ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନାହିଁ, ପିଟିସନ୍‌କୁ ରଦ୍ଦ କଲେ ସୁପ୍ରିମକୋର୍ଟ

Creat A Revolution
           

ନୂଆଦିଲ୍ଲୀ -: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନ୍‌ଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍‌ ଉଭୟ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା କରିଛନ୍ତି। ଖଣ୍ଡପୀଠ କହିଛନ୍ତି- ନିକଟ ଅତୀତରେ ଜନସ୍ବାର୍ଥ ମାମଲା ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି।

ସେଥିରୁ ଅନେକ ପିଟିସନ୍‌ ହୁଏ ତ ପ୍ରଚାର କେନ୍ଦ୍ରିକ ଅଥବା ବ୍ୟକ୍ତିଗତ ସ୍ବାର୍ଥ ବିଜଡ଼ିତ। ଅଦାଲତଙ୍କ ସମୟ ନଷ୍ଟ କରୁଥିବାରୁ ଆମେ ଏଭଳି ପିଟିସନ୍‌ ଦାଏର ପ୍ରଥାକୁ ଅଗ୍ରାହ୍ୟ କରୁଛୁ। ତେଣୁ, ଏଭଳି ପିଟିସନ୍‌ଗୁଡ଼ିକୁ ମୂଳରୁ ନିପାତ କଲେ ମାମଲା ଆଗକୁ ବଢ଼ି ପାରିବ ନାହିଁ। ଅଦାଲତ କହିଲେ ଯେ, ରାଜ୍ୟ ସରକାର ଗ୍ରହଣ କରିଥିବା କାର୍ଯ୍ୟକଳାପ ଜନସାଧାରଣଙ୍କ ସୁବିଧା ନିମନ୍ତେ ଅତ୍ୟାବଶ୍ୟକ। ସେସବୁ ‘ପ୍ରାଚୀନ ସ୍ମାରକୀ ଓ ପତ୍ନତାତ୍ତ୍ବିକ ସ୍ଥଳୀ ଓ ଅବଶେଷ ଆଇନ୍‌ ୧୯୫୮’ ଅନୁଯାୟୀ କରାଯାଉଛି। ଏହାଛଡ଼ା, ମନ୍ଦିର ପ୍ରଶାସନ ନିମନ୍ତେ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଜାରି କରିଥିବା ନିର୍ଦେଶମତେ ମଧ୍ୟ ଏହା ଚାଲିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading