ବାହା ନ ହୋଇ ମା’ ହେଲେ ଅନୁଷା ଦାଣ୍ଡେକର, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

Creat A Revolution
           

ଅନୁଷା ଦାଣ୍ଡେକର ଟିଭି ଆଙ୍କର ତଥା ଭିଡିଓ ଜକି ଭାବେ ବେଶ ଜଣାଶୁଣା। କେବଳ ଏତିକି ନୁହେଁ ଅନୁଷା କରନ କୁନ୍ଦ୍ରାଙ୍କ ସହିତ ସମ୍ପର୍କକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ କରନଙ୍କ ସହିତ ଥିବା ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିବା ବେଳେ ଏବେ ମା’ ହୋଇ ଚର୍ଚ୍ଚାରେ ରହିଛନ୍ତି। ଅନୁଷା ବିବାହ ନ କରି ମଧ୍ୟ ମାଆ ହେବାର ସୌଭାଗ୍ୟ ପାଇଛନ୍ତି। ଅନୁଷା ଝିଅ ସହିତ ଖେଳୁଥିବାର ଫଟୋ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅନୁଷା କିପରି ବାହା ନ ହୋଇ ମା’ ହେଲେ ଏଥିପାଇଁ ଫ୍ୟାନ୍ସ ଚକିତ ହୋଇପଡିଛନ୍ତି। ଫଟୋରେ ଅନୁଷା ଝିଅ ସହିତ ଖେଳୁଥିବା ଅନେକ ଫଟୋ ସେୟାର କରିଛନ୍ତି। ଆଉ ଝିଅର ନାମ ସହାରା ରଖିଛନ୍ତି। ଏହି ଖୁସି ସହିତ ଏକ ସୁନ୍ଦର ମେସେଜ ଦେଇଛନ୍ତି ଅନୁଷା। ଅନୁଷା ଲେଖିଛନ୍ତି, ଫାଇନାଲ ମୋ ଝିଅ ଆସିଗଲା, ଯାହାକୁ ମୁଁ ନିଜର ବୋଲି କହିପାରିବି । ମୋ ପରୀ ସହାରାକୁ ଦେଖନ୍ତୁ। ମୋ ଜୀବନର ଭଲପାଇବା। ମୁଁ ତୋର ଧ୍ୟାନ ରଖିବି। ମୁଁ ତୋତେ ବହୁତ ଭଲପାଉଛି। ତୋର ମମି। ସୂଚନାଯୋଗ୍ୟ, ଅନୁଷା ଫରହାନ ଅଖତରଙ୍କ ଶାଳୀ। ଗତବର୍ଷ ଅନୁଷା ଏବଂ କରନ କୁନ୍ଦ୍ରାଙ୍କର ବ୍ରେକଅପ୍‌ ହୋଇଥିଲା।

ଯାହା ପାଇଁ ଦୁହିଁଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା।କରନ ଅନୁଷାଙ୍କ ଠାରୁ ବ୍ରେକଅପ୍‌ କରିବା ପରେ ତେଜସ୍ୱୀ ପ୍ରକାଶଙ୍କୁ ଏବେ ଡେଟ୍‌ କରୁଛନ୍ତି। ଦୁହିଁଙ୍କୁ ଏବେ ପ୍ରତି ସ୍ଥାନରେ ଦେଖିବାକୁ ମିଳିଛି। କିନ୍ତୁ ଅନୁଷା ଏହି ଝିଅକୁ ଆଡପ୍ଟ କରିଛନ୍ତି କି ସରୋଗେସୀ ମାଧ୍ୟମରେ ଜନ୍ମ ଦେଇଛନ୍ତି, ତାହା ଜାଣିବା ପାଇଁ ଲୋକେ ଚାହିଁ ରହିଛନ୍ତି।ଅନୁଷା ଏହି ଫଟୋଶୁଟ୍‌ ଏକ ବ୍ରାଣ୍ଡ ପାଇଁ କରିଥିଲେ। ଯେଉଁଥିରେ ସେ ବ୍ରାଉନ୍‌ ସ୍କିନ ବ୍ୟୁଟିର ସନସ୍କ୍ରିନ ହାତରେ ଧରିଥିବା ନଜର ଆସିଥିଲେ। ଫଟୋରେ ମଧ୍ୟ ଅନୁଷା ଟପଲେସ ହୋଇ ବସିଥିବା ନଜର ଆସିଥିଲେ। କେବଳ ନିଜକୁ ଘୋଡାଇବା ପାଇଁ ବଡ ଟୋପି ଧରିଥିବା ନଜର ଆସିଥିଲେ।ଅନୁଷା ନିଜକୁ ଏହି ଟୋପି ସାହାଯ୍ୟରେ କଭର କରିଥିଲେ। ଆଉ କ୍ୟାମେରା ସାମ୍ନାରେ ପୋଜ ଦେଉଛନ୍ତି। ଅନୁଷାଙ୍କର ଏହି ଫଟୋ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହି ଫଟୋକୁ ଦେଖି ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ଅନୁଷା ସବୁବେଳେ ନିଜ ପର୍ସନାଲ ଲାଇଫ ଏବଂ ପ୍ରଫେସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading