ଭାରତୀୟଙ୍କ ପାଇଁ Google Payର ନୂଆ ଉପହାର

Creat A Revolution
           

ଲୋକପ୍ରିୟ ପେମେଣ୍ଟ ଆପ୍ ଗୁଗଲ ପେ ନିଜର ପ୍ଲାଟଫମରେ ଆଣିଛି ଏକ ନୂଆ ଫିଚର । ଏହି ଫିଚର ହେଉଛି ଏକ ନୂଆ ଭାଷା । ଯାହାର ନାମ ହେଉଛି ହିଂଲିସ । ଏହି ଫିଚର ଦ୍ୱାରା ଗୁଗଲ ପେର ବ୍ୟବହାରକାରୀମାନେ ହିନ୍ଦୀ ଭାଷାକୁ ଇଂରାଜୀରେ ପଢିପାରିବେ । ଏପରିକି ବ୍ୟବହାରକାରୀମାନେ ଅତି ସହଜରେ ଆପକୁ ନୂଆ ଭାଷାରେ ପରିବର୍ତ୍ତନ କରିପାରିବେ । ଗତ ବର୍ଷ ହିନ୍ଦୀ ଏବଂ ଇଂରାଜୀ ଭାଷାର ଏହି ମିଶ୍ରଣକୁ କମ୍ପାନୀ ଘୋଷଣା କରିଥିଲା, ଯାହା ବର୍ତ୍ତମାନ ସମସ୍ତ ଉପଭୋକ୍ତାଙ୍କୁ ଦିଆଯାଉଛି। ନୂତନ ଫିଚର ମାଧ୍ୟମରେ ଆପଣ ଗୁଗୁଲ୍ ପେରେ ଇଂରାଜୀରେ ହିନ୍ଦୀ ପଢିବାକୁ ସକ୍ଷମ ହେବେ। ଉପଭୋକ୍ତାମାନେ ନୂଆ ଭାଷାରେ ବଦଳାଇ ପାରିବେ ।

Google Pay Redesign Focuses on Organizing, Protecting Your Money | PCMag

ଏହି ନୂଆ ଭାଷା ଦ୍ୱାରା ଯେଉଁମାନେ ହିନ୍ଦୀ ପଢି ପାରନ୍ତି ନାହିଁ ସେମାନେ ଉପଭୋଗ କରିବା ସହିତ ଇଂରାଜୀ ଭାଷାରେ ଦୁର୍ବଳ ଥିବା ବ୍ୟବହାରକାରୀମାନେ ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରି ପାରିବେ । ଏହି ଫିଚରରେ ‘ସ୍କାନ QR କୋଡ୍’ ଲେଖା ବଦଳରେ ‘କୌଣସି ବି QR କୋଡ୍ ସ୍କାନ୍’ କରନ୍ତୁ ଭଳି ଲେଖା ଦେଖିବାକୁ ମିଳିବ। ଏପରିକି ‘ଲୋକଙ୍କ ସ୍ଥାନରେ’ ଏହି ବ୍ୟକ୍ତିଙ୍କ ଦ୍ୱାରା କାରବାର କରାଗଲା ବୋଲି ଲେଖା ଦେଖିବାକୁ ମିଳିବ । ତେବେ ଆସନ୍ତୁ ଜାଣିବା ଏହାକୁ କିପର କରିବା

– ସର୍ବପ୍ରଥମେ ଗୁଗୁଲ୍ ପେ ଆପ୍ ଖୋଲନ୍ତୁ
– ଉପରେ ଥିବା ଆପଣଙ୍କର ପ୍ରୋଫାଇଲ୍ ଫୋଟୋ ଉପରେ ଟ୍ୟାପ୍ କରନ୍ତୁ
– ଏହାପରେ ସେଟିଂକୁ ଯାଆନ୍ତୁ
– ସେଟିଂ ମେନୁରେ Personal Info ଉପରେ ଟ୍ୟାପ୍ କରନ୍ତୁ
– ଏହା ପରେ ଭାଷା ଉପରକୁ ଯାଆନ୍ତୁ
– ଏଠାରୁ ଆପଣ ନିଜ ପସନ୍ଦର ଭାଷା ବାଛିପାରିବେ।

କେବଳ ସେତିକି ନୁହେଁ ଇଂରାଜୀ ଭାଷା ବ୍ୟତୀତ ଏଠାରେ ହିନ୍ଦୀ , ବଙ୍ଗଳା , ଗୁଜୁରାଟି, ମରାଠୀ , ତାମିଲ ଆଉ ତେଲୁଗୁ ଭାଷା ମଧ୍ୟ ଉପଲବ୍ଧ ରହିଛି । ୟୁଜର୍ସ ନିଜ ଇଚ୍ଛା ମୁତାବକ ଭାଷାକୁ ଚୟନ କରିପାରିବେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading