ଲାଇନ ମ୍ୟାନଙ୍କ ମୃତ୍ୟୁକୁ ନେଇ ତାତିଲେ ସ୍ଥାନୀୟ ଲୋକେ, ଅଫିସ ଆଗରେ ଶବରଖି କଲେ ବିକ୍ଷୋଭ

Creat A Revolution
           


ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଏଭଳି ଏକ ସମ୍ବେଦନଶୀଳ ଓ ଦୁଖଭରା ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଳକ୍ ବହୁଗ୍ରାମ ବିଦ୍ୟୁତ ବିଭାଗରେ ।ଏଠାରେ କାମ କରୁଥିଲା ବେଳେ ହଠାତ ଲାଇନ୍ ମ୍ୟାନ ଙ୍କର ମୃତ୍ୟୁ ହୋଇଛି ।ମୃତ୍ୟୁ ବରଣ କରିଥିବା ଲୋକ ଜଣଙ୍କ ନାମ ହେଲା ଜୟନ୍ତ ଦାସ ।ଜୟନ୍ତ ବହୁଗ୍ରାମ ବିଦ୍ୟୁତ ବିଭାଗରେ ଲାଇନ ମ୍ୟାନ ଭାବେ କାମ କରନ୍ତି ।

ଏଠାରେ ଜୟନ୍ତ କାମ କରୁଥିବା ବେଳେ ହଠାତ ଲାଇନ ଆସିବାରୁ ସେ ତଳେ ପଡିଯାଇଥିଲେ ଓ ତାଙ୍କୁ ସଙ୍ଗେସଙ୍ଗେ କଟକ ମେଡିକାଲ୍ ପଠାଯାଇଥିଲା ।କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଆଜି ତାଙ୍କ ମୃତ ଶରୀରକୁ ରଖି ଲୋକମାନେ ବହୁଗ୍ରାମ ବିଦ୍ୟୁତ ବିଭାଗରେ ରଖି ପ୍ରତିବାଦ କରିଥିଲେ ।ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର ଏସଡିଓ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ହଟଗୋଳ ଭାଙ୍ଗିଥିଲା ଓ ଏହାର ସମାଧାନ ନିଶ୍ଚିତ କରିବେ ବୋଲି ସେଠାକାର ଜେଇ ସୂଚନା ଦେଇଛନ୍ତି ।ମୃତ ଜୟନ୍ତ ଦାସ ଙ୍କ ଘର ସତ୍ୟଭାମାପୁର ବୋଲି ଜଣାପଡିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading