ଦେଢଶୁର ଦେଉଛି ଭାଇ ବୋହୂକୁ ଧମକ, ମୋର ସ୍ତ୍ରୀ ହେବୁ ନାଁ ମରିବୁ …ଦେଖନ୍ତୁ ଭିଡିଓ

Creat A Revolution
           

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ପୌର ପରିଷଦ 13ନମ୍ବର ୱାର୍ଡ ଦେଭୋଗ ଗ୍ରାମରେ ଘଟିଛି ଅଜବ ଘଟଣା l ଦେଭୋଗ ଗ୍ରାମର ବନିଆ କାଣ୍ଡି ଆଜକୁ ଚାରିବର୍ଷ ତଳେ ନିଜ ସ୍ତ୍ରୀ ସତୀ କାଣ୍ଡି କୁ ହରାଇଛି l ସ୍ତ୍ରୀ କୁ ହରାଇବାର ଦୁଃଖ ମନରୁ ଲିଭିନାହିଁ l ତାର ଠିକ ଦୁଇ ବର୍ଷ ପରେ ସାନ ଭାଇ ବିରେନକାଣ୍ଡି ମୃତ୍ୟୁ ବରଣ କଲା ପରେ ବିରେନ ସ୍ତ୍ରୀର ବିଧବା ରୂପ ପ୍ରତି ଦେଢଶୁର ବନିଆର ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା l

ଭାଇବୋହୁ ଲିନା କାଣ୍ଡିକୁ ନିକଟରୁ ପାଇ ପ୍ରେମ ଭିକ୍ଷା କରିବା ସହିତ ତୁ ଆ ମତେ ବାହା ହେବୁ l ପୁଣି ଆମେ ନୂଆ ଘର ସଂସାର କରିବା ଖୁସିରେ ରହିବା ବୋଲି କହିଥିଲା l ଦେଢଶୁର ବନିଆ କାଣ୍ଡି କଥାରେ ଭାଇବୋହୁ ଲିନା କାଣ୍ଡି ରାଜି ନହେବାରୁ ଦେଢଶୁର ବନିଆ କାଣ୍ଡି ଘର ଭିତରେ ପଶି ଭାଇବୋହୁ ଲିନାକାଣ୍ଡିକୁ ବଳାତ୍କାର କରିବା ସମୟରେ ଲିନା କାଣ୍ଡିର ପାଞ୍ଚ ବର୍ଷର ପୁଅ ପ୍ରତିବାଦ କରିଥିଲା l ହେଲେ କମାନ୍ଧ ଦେଢଶୁର ଲିନା କାଣ୍ଡିର ପୁଅକୁ ନିସ୍ତୁକ ମାଡ଼ ମାରିଥିଲା l ନିକଟରେ ବସିଥିବା ଭିନକ୍ଷମ ବିଧବା ଭଉଣୀ ଶକୁନ୍ତଳା ସବୁ ଦେଖୁଥିଲା କିନ୍ତୁ କିଛି କରିବାର ଉପାୟ ନ ଥିଲା l ପାଟିକରି ପଡିଶା ଲୋକଙ୍କୁ ଡାକ ପକାଇଲା, ଶକୁନ୍ତଳାର ପାଟି ଶୁଣି ଗାଁ ଲୋକ ରୁଣ୍ଡ ହୋଇ ପୋଲିସକୁ ଖବର ଦେଲେ l ପୋଲିସ ଆସିବା ବେଳକୁ କମାନ୍ଧ ଦେଢଶୁର କେଉଁ ଆଡ଼େ ଲିଚି ପଳାଇଲା |

ଘଟଣା ସମ୍ପର୍କରେ ଲିନା ପୋଲିସକୁ ଲିଖିତ ଅଭିଯୋଗ କରିଥିଲା l ହେଲେ ପରବର୍ତୀ ସମୟରେ ଦେଢଶୁର ବନିଆ କାଣ୍ଡି ଭାଇବୋହୁ ଲିନାକୁ ଥାନାରୁ କେସ ଉଠାଇ ମତେ ବାହାହେବୁ ନଚେତ ତୋ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବି ବୋଲି ଧମକ ଦେବାରୁ ବିଧବା ଲିନା କାଣ୍ଡି ଏବଂ ତାଙ୍କ ପରିବାର ସଦସ୍ୟମାନେ ଭୟଭିତ ହୋଇ ଜୀବନ ବିତାଉଛନ୍ତି | ଜଗତସିଂହପୁର ପୋଲିସ ଅଭିଯୁକ୍ତଙ୍କୁ ବିଜେଡି ନେତାଙ୍କ ଚାପରେ ଗିରଫ କରୁନାହିଁ ବୋଲି ଲିନା କାଣ୍ଡିର ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading