ନୂଆଦିଲ୍ଲୀ -:
ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ବାଇକ୍କୁ ଜଣେ ପୁଲିସ୍ ହିଁ ବ୍ୟବହାର କରିବାର ଦେଖିବାକୁ ମିଳିଥିଲା। ପାକିସ୍ତନର ଗଣମାଧ୍ୟମ ସଂସ୍ଥା ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ୮ ବର୍ଷ ତଳେ ଇମ୍ରାନ ନାମକ ଏହି ବାଇକ୍ ଚାଳକ ଜଣକ ରିପୋର୍ଟ କରିଥିଲେ ଯେ ପାକିସ୍ତାନର ଲାହୋରଠାରୁ ତାଙ୍କ ହୋଣ୍ଡା ସିଡି ୭୦ ବାଇକ୍ ଚୋରି ହୋଇଥିଲା। ସେତେବେଳେ ତାଙ୍କ ବାଇକ୍ ଚୋରି ହୋଇଛି ବୋଲି ଥାନାରେ ଏଫ୍ଆଇଆର୍ ରୁଜୁ କରିଥିଲେ। ମାତ୍ର ସେତେବେଳେ ବାଇକ୍ ମିଳିନଥିଲା।
୮ ବର୍ଷ ପରେ ସେ ଏକ ଇ-ଚାଲାଣ ପାଇବା ପରେ ଫଟୋରେ ଜଣେ ପୁଲିସ୍ ତାଙ୍କ ଗାଡ଼ି ଚଳାଉଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଇମ୍ରାନଙ୍କ କହିବା କଥା ହେଲେ ସେ ତାଙ୍କ ବାଇକ୍ ଚୋରି ପରେ ଏକାଧିକ ଏଫ୍ଆଇଆର୍ ରୁଜୁ କରିଥିଲେ ବି କୌଣସି ଫଳ ମିଳିନଥିଲା।ତାଙ୍କ ବାଇକ୍କୁ ଜଣେ ପୁଲିସ୍ ଚଳାଉଥିବା ଜାଣିବା ପରେ ସେ ଏବେ ତାଙ୍କ ବାଇକ୍କୁ ଫେରି ପାଇବାକୁ ଚିଫ୍ ସିଭିଲିଆନ୍ ପର୍ସନାଲ୍ ଅଫିସର୍(ସିସିପିଓ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.
