ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡା ଇ-ସ୍କୁଟର ୟୁଗୋ, ଲୁକରେ ଏକଦମ୍‌ ଷ୍ଟାଇଲିସ୍‌

Creat A Revolution
           

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି ହୋଣ୍ଡା ୟୁଗୋ। ଏହାର ପ୍ରାରମ୍ଭିକ ମୂଲ୍ୟ ୭୪୯୯ ସିଏନଓ୍ୱାଇ l ଇଲେକଟ୍ରିକ ସ୍କୁଟରର ଚାହିଦା ଦେଖି ଇଣ୍ଡିଆରେ ନିଜର ଜବରଦସ୍ତ ଏଣ୍ଟ୍ରି କରିବାକୁ ଯାଉଛି ୟୁଗୋ। ଭାରତୀୟ ବଜାରରେ ଇଲେକଟ୍ରିକ ସ୍କୁଟରର ଡିମାଣ୍ଡକୁ ଦେଖି ହୋଣ୍ଡା ବହୁତ ଜଲଦି ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଚଳାଇଛି। ବିଶ୍ୱର ନାମୀ କମ୍ପାନୀ ହୋଣ୍ଡା ଭାରତୀୟ ବଜାରରେ ନିଜର ନୂଆ ଇଲେକ୍ଟ୍ରିକ୍ ସ୍କୁଟର ୟୁ-ଗୋକୁ ଲଞ୍ଚ୍ କରିବାକୁ ଯାଉଛି। ଏହାକୁ ଚୀନର ବୁୟାଙ୍ଗ୍ ହୋଣ୍ଡା ୟୁନିଟ୍ ତିଆରି କରିଛି।

ଏହି ସ୍କୁଟର ଦୁଇଟି ଭାରିଆଣ୍ଟରେ ଲଞ୍ଚ୍ ହୋଇଛି। ଯେଉଁଥିରେ ଦୁଇଟି ପୃଥକ ପୃଥକ ପାଓ୍ୱାର ବିଶିଷ୍ଟ ବ୍ୟାଟେରୀ ପ୍ରଦାନ କରାଯାଇଛି । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହୋଣ୍ଡା ୟୁ-ଗୋ ଇଲେକଟ୍ରିକ ସ୍କୁଟର ନିଜର ଖାସ୍‌ ଲୁକ, ବଜେଟ ପ୍ରାଇସିଙ୍ଗ ଏବଂ ସାନଦାର ପରଫମରମାନ୍ସ କାରଣରୁ ଏହା ଚୀନରେ ବହୁତ ଲୋକପ୍ରିୟତା ପାଇଛି। ଚୀନରେ ଏହାର ପ୍ରାରମ୍ଭିକ ମୂଲ୍ୟ ୭୪୯୯ ସିଏନଓ୍ୱାଇ ବା ୮୭୦୦୦ ଟଙ୍କା ରହିଛି । ଏହାର ଷ୍ଟାଣ୍ଡାର୍ଡ ମଡେଲ ୧.୨ କିଲୋ ଓ୍ୱାଟ୍ ରେଟିଂର ଦାମ୍ ଭାରତୀୟ ମୁଦ୍ରାରେ ୯୩୦୦୦ ଟଙ୍କା ରହିଛି । ଚୀନ ବଜାରରେ ଏହାର ଦାମ୍ ଅନ୍ୟ ଇ ସ୍କୁଟର ତୁଳନାରେ ବହୁତ କମ୍ ଅଟେ ।

ୟୁ ଗୋର ଲୋ-ସ୍ପିଡ୍ ମଡେଲରେ ୮୦୦ ଓ୍ୱାଟର କଣ୍ଟିନ୍ୟୁଅସ୍ ହବ୍ ମୋଟର ସହ ୧.୨ କିଲୋ ଓ୍ୱାଟ୍ ପିକ୍ ପାଓ୍ୱାର ସପୋର୍ଟ କରିବ । ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୪୩ କିମି ଅଟେ । ସେହିପରି ଷ୍ଟାଣ୍ଡାର୍ଡ ମଡେଲ ଘମ୍ଟା ପ୍ରତି ୫୩ କିମି ବେଗରେ ଗତି କରିପାରିବ ।ଉଭୟ ମଡେଲରେ ୧.୪୪ କିଲୋ ଓ୍ୱାଟ କ୍ଷମତା ବିଶିଷ୍ଟ ୪୮ ଭି ଓ ୩୦ ଏଏଫର ରିମୁଭେବଲ-ଆୟନ ବ୍ୟାଟେରୀ ଦିଆଯାଇଛି । ସିଙ୍ଗଲ ଚାର୍ଜରେ ଏହା ୬୫ କିମି ଓ ଉଭୟ ବ୍ୟାଟେରୀରେ ଏହା ୧୩୦ କିମି ଯାଏଁ ଯାଇପାରିବ ।

ଏହା ବ୍ୟତୀତ ଇସ୍କୁଟରରେ ଏଲସିଡି ସ୍କ୍ରିନ୍ ଦିଆଯାଇଛି। ରାଇଡିଂ ମୋଡ୍ ଭଳି ଫିଚର୍ସ ମଧ୍ୟ ଏଥିରେ କମ୍ପାନୀ ପ୍ରଦାନ କରିଛି। ଏହସହ ଏଲଇଡି ହେଡଲାଇଟ୍ ରହିଛି । ଏଥିରେ ଏକ ବଡ ଫୁଟବାର୍ଡ, ବ୍ୟାଟେରୀ କଣ୍ଡିସନ୍‌, ରେଞ୍ଜ, ମୋଡ ଏବଂ ହାଇ ସ୍ପିଡ ସହ ଏଥିରେ ୧୨ ଇଞ୍ଚ୍ ଫ୍ରଣ୍ଟ୍ ଓ ୧୦ ଇଞ୍ଚ ରିୟରିଂ ଆଲୟ ହ୍ୱିଲ୍ ସହ ୨୬ ଲିଟର ଅଣ୍ଡର ଲିଟର ଷ୍ଟୋରେଜ୍ ମିଳିଥାଏ । ଲୁକ୍‌ ମାମଲାରେ ଏହି ସ୍କୁଟର ବହୁତ ଷ୍ଟାଇଲିସ୍‌ ରହିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading