ପୋଷ୍ଟ ଅଫିସର ଦମଦାର ସ୍କିମ୍‌, ୧୦,୦୦୦ ନିବେଶ କରନ୍ତୁ ପାଆନ୍ତୁ ୧୬ ଲକ୍ଷ

Creat A Revolution
           

ନା ରହିବ ରିସ୍କ, ନା ରହିବ ଅନସେଫର ଚିନ୍ତା। କେବଳ ସୁରକ୍ଷିତ ହିଁ ସୁରକ୍ଷିତ। କୌଣସି ବି ନିବେଶ ସହିତ ରିସ୍କ ଫ୍ୟାକ୍ଟର ଯୋଡା ହୋଇଥାଏ। ଏମିତିରେ ଆପଣ ଏକ ଏମିତି ଜାଗାରେ ନିବେଶ କରିବା ଉଚିତ ଯେଉଁଠି ଆପଣଙ୍କ ଟଙ୍କା ସିକ୍ୟୁର ରହିବ ଏବଂ ରିସ୍କ ବି କମ୍‌ ରହିବ ତାସହିତ ଭଲ ରିଟର୍ନ ମଧ୍ୟ ମିଳିବ। ଯଦି ଆପଣ ଏମିତି ବଢ଼ିଆ ନିବେଶ ଚାହୁଁଛନ୍ତି ଯେଉଁଠି ବଢ଼ିଆ ମୁନାଫା ମଧ୍ୟ ଥିବ ତାହେଲେ ଆପଣଙ୍କ ପାଇଁ ପୋଷ୍ଟ ଅଫିସର ଏହି ସ୍କିମ୍‌ ବହୁତ ଭଲ ରହିବ।

ପୋଷ୍ଟ ଅଫିସର ଛୋଟ ସଞ୍ଚୟ ଯୋଜନା ଆପଣଙ୍କ ପାଇଁ ସବୁଠାରୁ ଭଲ ଅପ୍ସନ ହୋଇପାରିବ। ଏଥିରେ ରିସ୍କ ଫ୍ୟାକ୍ଟର ମଧ୍ୟ କମ୍‌ ରହିଛି। ତାସହିତ ରିଟର୍ନ ମଧ୍ୟ ବଢ଼ିଆ ମିଳିଥାଏ ଏଥିରେ। ତାହେଲେ ଆମେ ଆଜି ଆପଣଙ୍କୁ ଏକ ଏମିତି ନିବେଶ ବିଷୟରେ ଜଣାଇବୁ ଯେଉଁଥିରେ ରିସ୍କ ନଥିବା ସହ ସମାନ। ଆମେ ଆପଣଙ୍କୁ କହୁଛୁ ପୋଷ୍ଟ ଅଫିସ ରିକରିଙ୍ଗ ଡିପୋଜିଟ ବିଷୟରେ।

କେମିତି ଆରମ୍ଭ କରିବେ ପୋଷ୍ଟ ଅଫିସ ଆରଡି ନିବେଶ

ପୋଷ୍ଟ ଅଫିସ ଆରଡି ଡିପୋଜିଟ ଆକାଉଣ୍ଟ ଭଲ ସୁଧ ଦର ସହିତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଗ୍ୟାରେଣ୍ଟୀ ଯୋଜନା। ଏଥିରେ ଆପଣ ପ୍ରାୟ ୧୦୦ ଟଙ୍କାର ଛୋଟ ରାଶିରୁ ବି ନିବେଶର ଆରମ୍ଭ କରିପାରିବେ। ନିବେଶର ଅଧିକତମ ଲିମିଟ୍‌ ନାହିଁ, ଅର୍ଥାତ୍‌ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଏଥିରେ ଇନଭେଷ୍ଟ କରିପାରିବେ।

ଏହି ସ୍କିମ୍‌ ପାଇଁ ଆକାଉଣ୍ଟ ପାଞ୍ଚ ବର୍ଷ ପାଇଁ ଖୋଲାଯାଇଥାଏ। କିନ୍ତୁ ବ୍ୟାଙ୍କ ଛଅ ମାସ, ଏକ ବର୍ଷ, ୨ ବର୍ଷ, ୩ ବର୍ଷ ପାଇଁ ରିକରିଙ୍ଗ ଡିପୋଜିଟ୍‌ ଆକାଉଣ୍ଟ ସୁବିଧା ଦେଇଥାଏ। ଏଥିରେ ଜମା ଟଙ୍କା ଉପରେ ସୁଧ କାଲକୁଲେସନ ପ୍ରତି ତିନି ମାସରେ ହୋଇଥାଏ ଏବଂ ପ୍ରତି ତିନି ମାସ ଶେଷରେ ଆପଣଙ୍କ ଆକାଉଣ୍ଟରେ ଯୋଡିି ଦିଆଯାଇଥାଏ।

ଜାଣନ୍ତୁ କେତେ ଟଙ୍କା ମିଳିବ ସୁଧ

ରିକରିଙ୍ଗ ଡିପୋଜିଟ ସ୍କିମରେ ୫.୮ ପ୍ରତିଶତ ସୁଧ ମିଳୁଛି। ଏହି ନୂଆ ଦର ୧ ଏପ୍ରିଲ ୨୦୨୦ରୁ ଲାଗୁ ହୋଇଛି। ଭାରତ ସରକାର ନିଜର ସମସ୍ତ ଛୋଟ ସଞ୍ଚୟ ଯୋଜାନାର ସୁଧ ଦର ପ୍ରତି ତିନି ମାସରେ ଧାର୍ଯ୍ୟ କରାଯାଏ। ଯଦି ଆପଣ ପ୍ରତି ମାସରେ ପୋଷ୍ଟ ଅଫିସର ଆରଡି ସ୍କିମରେ ୧୦ ହଜାର ଟଙ୍କା ୧୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିଥାଏ। ତାହେଲେ ଆପଣଙ୍କୁ ୧୦ ବର୍ଷ ପରେ ୫.୮ ପ୍ରତିଶତ ସୁଧ ଦର ଉପରେ ୧୬ ଲକ୍ଷ ଟଙ୍କାରୁ ବି ଅଧିକ ରାଶି ମିଳିବ।

ଆରଡି ଆକାଉଣ୍ଟ ବିଷୟରେ କିଛି ଜରୁରୀ କଥା

ଖାତାରେ ଆପଣଙ୍କୁ ରେଗୁଲାର ଟଙ୍କା ଜମା କରିବାକୁ ପଡିଥାଏ। ଯଦି ଆପଣ ଟଙ୍କା ଜମା କରିପାରିବେନି ତାହେଲେ ଆପଣଙ୍କୁ ପ୍ରତି ମାସ ଏକ ପ୍ରତିଶତ ଜରିମାନା ଦେବାକୁ ହେବ। ୪ଟି କିସ୍ତି ଭରିବା ପରେ ଆପଣଙ୍କ ଖାତାକୁ ବନ୍ଦ କରିଦିଆଯାଏ।

ତେବେ ଯଦି ଡିପୋଜିଟ୍‌ ୪୦,୦୦୦ ଟଙ୍କାରୁ ଅଧିକ ତାହେଲେ ୧୦ ପ୍ରତିତଶତ ବାର୍ଷିକ ଦରରେ ଟ୍ୟାକ୍ସ ଲାଗିଥାଏ। ଆରଡିରେ ମିଳୁଥିବା ସୁଧ ଦର ଉପରେ ମଧ୍ୟ ଟ୍ୟାକ୍ସ ଲାଗିଥାଏ। କିନ୍ତୁ ମ୍ୟାଚୁରିଟୀ ଆମାଉଣ୍ଟ ଉପରେ ଟ୍ୟାକ୍ସ ଲାଗିନଥାଏ। ତେବେ ଯେଉଁ ନିବେଶକଙ୍କର କୌଣସି ଟ୍ୟାକ୍ସେବଲ ଇନକମ୍‌ ନାହିଁ ତାହେଲେ ସେ ଫର୍ମ ୧୫ଜି ଭରି ଟିଡିଏସ ଉପରେ ଛାଡ ପାଇପାରିବେ। ଯେମିତି ଏଫଡିରେ ହୋଇଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading