ଖାଇଗଲେ ଅଙ୍ଗନୱାଡି ପିଲାଙ୍କ ଖେଳଣା କିଣା ଟଙ୍କା ! ସନ୍ଦେହ ଘେରରେ ସୁପରଭାଇଜର

Creat A Revolution
           

କୋକସରା -: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଖେଲଣା କିଣାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ବ୍ଲକରେ ୨୭ ଟି ମିନି ଅଙ୍ଗନୱାଡି ସେଣ୍ଟର ଓ ୧୪୦ ସବ୍ ସେଣ୍ଟର ରହିଛି । ସମୁଦାୟ ୧୬୭ ଅଙ୍ଗନୱାଡି କେନ୍ଦ୍ର କୁ ୮ଟି ସେକ୍ଟର ରେ ଭାଗ କରାଯାଇଛି । ତେବେ ଲଡୁଗାଁ ସେକ୍ଟର ରେ ୨୬ ଟି କେନ୍ଦ୍ର ରହିଥିବାବେଳେ ଏହି ସେକ୍ଟର ଅଧିନରେ ଥିବା କେନ୍ଦ୍ର ଗୁଡିକରେ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ଖେଲଣା ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନିତୀ ହୋଇଥିବା କିଛି ଅଙ୍ଗନୱାଡି କର୍ମୀ ନାମ ଗୋପନ ରଖି କହିଛନ୍ତି ।

କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଜଣେ ସୁପର ଭାଇଜର ଙ୍କ ଇସାରରେ ଏହି ଖେଲଣା ସାମଗ୍ରୀ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଯୋଗାଣ ହେଉଥିବା ଜଣାପଡିଛି । ଖେଲଣା କିଣିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟାଙ୍କ ଖାତାରେ ୨୫ ଶହ ଟଙ୍କା ପଡିଥିଲେ ହଁ ସେମାନଙ୍କୁ ଖେଲଣା କିଣିବାର ସୁଯୋଗ ମିଲୁ ନଥିବା ବେଳେ କୁଆଡେ ଏହି ସୁପର ଭାଇଜର ମ୍ୟାଡମ୍ ଜଣକ ଖେଳଣା ସାମଗ୍ରୀ ପରୋକ୍ଷରେ ଜଣେ ବ୍ୟବସୟୀଙ୍କ ଦ୍ୱାରା ଯୋଗାଣ କରୁଥିବା ଆଲୋଚନା ହେଉଛି । ଯଦି କର୍ମୀମାନେ ତାଙ୍କ କଥାରେ ସହମତି ନ ହେଲେ ବିଭିନ୍ନ ସମୟରେ ତାଙ୍କୁ ହଇରାଣ କରାଯାଇଛି । ଯେଉଁ ଖେଲଣା ସାମଗ୍ରୀ ଯୋଗାଇ ଦିଆଯାଇଛି ସେଥିରେ ତିନୋଟି ଫଟୋ, କିଛି ବଲ ଓ ଅନ୍ୟାନ କିଛି ଖେଲ ସାମଗ୍ରୀ ରହିଛି ।

ଯାହାର ମୂଲ୍ୟ କି ଅତି କମରେ ୧୨ ଶହ ଟଙ୍କାରୁ ବି କମ୍ ହେବବୋଲି ଅନୁମାନ କରାଯାଇଛି । ତେବେ ସୁପର ଭାଇଜର ମ୍ୟାଡମ୍ ଙ୍କ ଇସାରାରେ ଖେଳ ସାମଗ୍ରୀ ଯୋଗଣ ହୋଇଥିବା ବେଳେ ଅଙ୍ଗନୱାଡି କର୍ମୀ ମାନଙ୍କୁ ଟଙ୍କା ଉଠାଣ କରି ଦେବାକୁ କୁହାଯାଉଛି । ତେବେ କମ୍ ଟଙ୍କାର ଖେଲଣା ଯୋଗାଇ ବେଶ୍ ମୁନାଫା କମାଇବାକୁ ଯୋଜନା କରାଯାଇଥିବା ବେଳେ ପିଲା ମାନଙ୍କ ଖେଲଣା ସାମଗ୍ରୀରେ ମଧ୍ୟ ଦୁର୍ନିତୀର ଗନ୍ଧ ବାରିହୋଇ ପଡୁଥିବା ସାଧାରଣରେ ଆଲୋଚନା ହେଉଛି । ଏନେଇ କୋକସରା ସିଡିପିଓ କୁସୁମ ବେହେରାଙ୍କ ପ୍ରତିକ୍ରିୟା ନେବରୁ ଅଙ୍ଗନୱାଡି କର୍ମୀଙ୍କ ବ୍ୟାଙ୍କ ଖାତାକୁ ଖେଳଣା ସାମଗ୍ରୀ କିଣିବା ପାଇଁ ଟଙ୍କା ଯାଇଛି । ସେମାନେ କେଉଁଠୁ କିଣିବେ ତାହା ସେମାନଙ୍କର ଦାୟୀତ୍ୱ ରହିଛି ବୋଲି କହିଥିଲେ । ତେବେ ପିଲାଙ୍କ ଖେଲଣା କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଦୁର୍ନିତୀର ପର୍ଦ୍ଦାଫାସ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading