ନୂଆଦିଲ୍ଲୀ -:
ଏଥିସହିତ ବର କନ୍ୟା ସାତ ଫେରା ମଧ୍ୟ ନେଇଥିଲେ । ବିବାହର ସମସ୍ତ ରୀତିନୀତି ସଠିକ ଭାବରେ ହୋଇଥିଲା । ସୋମବାର ସକାଳୁ କନ୍ୟାର ବିଦାୟୀ ହେବାର ଥିଲା । ଏହି ସମୟରେ କନ୍ୟା ଶାଶୂଘର ଯିବାକୁ ସିଧାସଳଖ ମନା କରିଦେଇଥଲେ । ତାଙ୍କର କହିବା ଅନୁସାରେ ବରର ବୟସ ହୋଇଯାଇଛି । ଏହା ପରେ ଉଭୟ ପକ୍ଷର ଲୋକଙ୍କ ଉପସ୍ଥିତିରେ ପଞ୍ଚାୟତ ବସିଲା । ଏପରିକି ଘଟଣାଟି ଚୌବେପୁର ପୋଲିସ ଷ୍ଟେସନରେ ପହଞ୍ଚିଥିଲା କିନ୍ତୁ କନ୍ୟାକୁ କେହି ବୁଝାଇପାରି ନଥିଲେ । ଅଳ୍ପ ସମୟ ମଧ୍ୟରେ ଏହି ବିବାହ ଭାଙ୍ଗିଯାଇଥିଲା । କାଦୀପୁର ଖୁର୍ଦ ଗାଁରେ ରହୁଥିବା ରାଜାବାବୁ ଚୌହାନଙ୍କ ଝିଅ କାଜଲର ବିବାହ ସାକେତନଗର ସଂକଟମୋଚନ ବାରାଣସୀର ସ୍ୱର୍ଗତ ପ୍ରଭୁ ଚୌହାନଙ୍କ ପୁଅ ସଂଜୟ ଚୌହାନଙ୍କ ସହିତ ବିବାହ ହୋଇଥିଲା ।
ଗତ ୫ ତାରିଖରେ ବିବାହ ଧୂମଧାମରେ ହୋଇଥିଲା । ସୋମବାର ସକାଳେ ବିଦାୟ ସମୟରେ ବରକୁ ନେଇ ବାହାରିଥିବା ବେଳେ କନ୍ୟା ବର ସହିତ ଯିବାକୁ ମନା କରିଦେଇଥିଲେ। ଏହା ଉପରେ ଉଭୟ ବର ଏବଂ କନ୍ୟାଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ଏବଂ କନ୍ୟା ବିଦାୟ ସମୟରେ ଡ୍ରାମା ଦେଖିବାକୁ ମିଳିଥିଲା । ଅନ୍ୟପଟେ SHO ଅନିଲ ମିଶ୍ର ଉଭୟ ପାର୍ଶ୍ୱରୁ ବସି ପାରସ୍ପରିକ ସମାଧାନ ଖୋଜିବାକୁ ଚେଷ୍ଟା କରିଥିଲେ । ପଞ୍ଚାୟତ ଘଣ୍ଟା ଘଣ୍ଟା ଧରି ଚାଲିଥିଲା, କିନ୍ତୁ କନ୍ୟାର ଜିଦ୍ ଆଗରେ ହାର ମାନିଥିଲେ ଏବଂ କିଛି ଘଣ୍ଟା ପାଇଁ ସ୍ୱାମୀ ହୋଇଥିବା ବରକୁ କନ୍ୟା ବିନା ଖାଲି ହାତରେ ଫେରିବାକୁ ପଡିଥିଲା।
