ବିବାଦୀୟ ମନ୍ତବ୍ୟ ଦେଇ ହରଡଘଣାରେ କଂଗ୍ରେସ ସାଂସଦ,’ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ’ 

Creat A Revolution
           

ନୂଆଦିଲ୍ଲୀ -: 

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା ମାତା ସୀତାଙ୍କୁ ନେଇ ଯେଉଁ ଭୁଲ ମନ୍ତବ୍ୟ ଦେଇଛନ୍ତି, ତାକୁ ନେଇ ଆଉ ଏକ ବିବାଦ ମୁଣ୍ଡ ଟେକିଲାଣି। ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ ହୋଇଥିବା କହି ଏବେ ସମାଲୋଚନାର ଶିକାର ‌ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରଜେୱାଲା।

ଇଡି, ସିବିଆଇ ଏବଂ ଆୟକର ଭଳି ଅନୁସନ୍ଧାନକାରୀ ସଂସ୍ଥା ଓ କେନ୍ଦ୍ରକୁ ସମାଲୋଚନା କରୁଥିବା ବେଳେ ସୁରଜେୱାଲା ବସ୍ତ୍ର ହରଣ କଥା ଉଠାଇଥିଲେ। ସେ କହିଥିଲେ ଯେ, ପୂର୍ବ ନିର୍ବାଚନରେ ବିଜେପି ଶୋଚନୀୟ ଭ‌ାବେ ପରାସ୍ତ ହୋଇଛି। ସତ୍ୟ, ଗଣତନ୍ତ୍ର, ଆଇନ ଏବଂ ନୈତିକତା ଜିତିବ। ଦେବୀ ସୀତାଙ୍କର କରାଯାଇଥିବା ବସ୍ତ୍ର ହରଣ ପରି ବିଜେପି ଗଣତନ୍ତ୍ରର ବସ୍ତ୍ର ହରଣ କରିବାକୁ ଚାହୁଁଛି। କିନ୍ତୁ ସେମାନେ ରାଜ୍ୟସଭା ନିର୍ବାଚନରେ ହାରିବେ ଏବଂ ସେମାନଙ୍କର ଅସଲ ମୁଖା ସମସ୍ତଙ୍କ ସାମ୍ନାକୁ ଆସିବ। ଦ୍ରୌପଦୀଙ୍କ ବଦଳରେ ସୀତାଙ୍କ ବସ୍ତ୍ର ହରଣ ହୋଇଥିବା କହିବାରୁ ଏବେ ସୁରଜେୱାଲା ସମାଲୋଚନାର ଶିକାର ହୋଇଛନ୍ତି। ବିଜେପି ତାଙ୍କୁ ସମାଲୋଚନା କରିବା ସହ କଂଗ୍ରେସ ଭଗବାନ ରାମଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରୁଥିବା କହିଛି ବିଜେପି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading