ସଲମାନ୍‌ଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ, ଧୀରେ ଧୀରେ ଖୋଲୁଛି ସବୁ ରହସ୍ୟ

Creat A Revolution
           

ନୂଆଦିଲ୍ଲୀ -: କିଛି ଦିନ ତଳେ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ପରେ ସଲମାନ୍‌ ଖାନ୍‌ ଓ ତାଙ୍କ ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା। ସଲମାନଙ୍କ ବାପା ସଲିମ୍‌ ଖାନ୍‌ ଓ୍ଵାକିଂ କରିବାକୁ ଯିବା ବେଳେ ଏକ ବେଞ୍ଚ୍‌ରେ ତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠିରେ ସଲମାନ୍‌ ଓ ସଲିମଙ୍କ ଅବସ୍ଥା ମୁସେଓ୍ଵାଲାଙ୍କ ଭଳି ହେବ ବୋଲି କୁହାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ସଲମାନ୍‌ ଖାନ୍‌ଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସଲମାନ ଖାନ୍‌ ବାହାରକୁ ସୁଟିଂ ପାଇଁ ଯାଇଥିଲେ। କିନ୍ତୁ ପୋଲିସ ଲଗାତାର ଏହି ମାମଲା ଉପରେ ନଜର ରଖିଛି।

ଏଥିସହ କିଛି ଲୋକଙ୍କୁ ଗିରଫ କରି ପଚରାଉଚରା ବି ଜାରି ରଖିଛି। ଅନ୍ୟପଟେ ସିଦ୍ଧୁ ମୁସେଓ୍ଵାଲା ମାମଲାରେ ଦିଲ୍ଲୀ ପୋଲିସ ବୁଧବାର ବଡ଼ ଖୁଲାସା କରିଛି। ଏହି ପୂରା ମାମଲାରେ ଲରେନ୍ସ ବିଶ୍ରୋଇଙ୍କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସଲମାନ୍‌ ଖାନ୍‌ଙ୍କ ଘର ବାହାରେ ଧମକପୂର୍ଣ୍ଣ ଚିଠି ମିଳିବା ମାମଲା ସମାଧାନ ହୋଇଛି। ଧମକପୂର୍ଣ୍ଣ ଚିଠି ମିଳିବା ମାମଲାରେ ସୌରଭ ଓରଫ୍‌ ମହାକାଳଙ୍କ ନାଁ ସାମ୍ନାକୁ ଆସୁଛି। ତାଙ୍କୁ ପୁଣେ ପୋଲିସ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ସମ୍ପର୍କ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାକାଣ୍ଡ ସହ ମଧ୍ୟ ଜଡ଼ିତ ଅଛି। ଏବେ ତାଙ୍କୁ ଏ ନେଇ ପଚରାଉଚରା ଜାରି ରହିଛି। ଆଶା କରାଯାଉଛି ଯେ ଆଗକୁ ଏହି ମାମଲା ଉପରୁ ଧୀରେ ଧୀରେ ପରଦା ଉଠିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading