views 8,756
ନୂଆଦିଲ୍ଲୀ
-: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇପାରନ୍ତି। ଏହି ଦିନ କଂଗ୍ରେସ ଭାରତର ସମସ୍ତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରିବ। ଦିଲ୍ଲୀରେ ସମସ୍ତ ସାଂସଦ ଏବଂ ସିଡବ୍ଲୁସି ସଦସ୍ୟ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବ। କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଇଡିର ଅପବ୍ୟବହାର କରୁଛନ୍ତି। ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ପଠାଇଥିଲା। ପୂର୍ବରୁ ରାହୁଲ ଗାନ୍ଧୀ ଜୁନ୍ ୨ରେ ଇଡିରେ ହାଜର ହେବାକୁ କୁହାଯାଇଥିଲା।
କିନ୍ତୁ ସେ ସେତେବେଳେ ବିଦେଶରେ ଥିଲେ। ବର୍ତ୍ତମାନ ଜୁନ୍ ୧୩ରେ, ସେ ହାଜର ହୋଇପାରନ୍ତି। ଏଥି ସହିତ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ରେ ହାଜର ହେବାକୁ ଇଡି ନୋଟିସ୍ ପଠାଇଥିବା ବେଳେ ସେ କରୋନା ସଂକ୍ରମିତ ହେବାରୁ ଇଡି ଆଗରେ ହାଜର ହୋଇପାରିନଥିଲେ। ଇଡିର ନୋଟିିସ ପରେ ବର୍ତ୍ତମାନ କଂଗ୍ରେସ ନେତାମାନେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ ଦଳର ନେତାଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ଭାରତର ସମସ୍ତ ରାଜ୍ୟରେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟି ସତ୍ୟଗ୍ରହ କରିବ। ସୂଚନାନୁସାରେ, କଂଗ୍ରେସ ଏହାର ସାଂସଦମାନଙ୍କୁ ଜୁନ୍ ୧୩ ତାରିଖ ଦିନ ସକାଳେ ଦିଲ୍ଲୀରେ ଉପସ୍ଥିତ ରହିବାକୁ କହିଛି।
Like this:
Like Loading...
Related
Discover more from odia.bnslive.in
Subscribe to get the latest posts sent to your email.