ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୯୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୨, ୩୧୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭, ୯୫୦ ଟଙ୍କା ଓ ୫୨, ୩୧୦ ଟଙ୍କା ରହିଛି। ଗତ ୨୪ ଘଣ୍ଟାରେ ସୁନା ଦାମରେ ପାଖାପାଖି ୨୭୦ ଟଙ୍କା ବଢିଛି।
ଗତକାଲି ୨୪ କ୍ୟାରେଟ୍ ସୁନା ଦାମ୍ ୫୧,୦୪୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ଦାମ୍ ୪୬,୭୫୦ ଟଙ୍କା ରହିଥିଲା। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨, ୩୧୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୯୫୦ ଟଙ୍କା ଓ ୫୨, ୩୧୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବଢ଼ିଛି। ରୁପା ଦର କିଲୋଗ୍ରାମ ପ୍ରତି ୬୧,୧୦୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି।
Discover more from odia.bnslive.in
Subscribe to get the latest posts sent to your email.