ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବେ ନବୀନ ? ବିଜେପି ନା’ କଂଗ୍ରେସ

Creat A Revolution
           

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ତରରେ ଭିନ୍ନ ଭିନ୍ନ ନେତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ଡିଏ ଓ ୟୁପିଏର ପ୍ରାର୍ଥୀ ଘୋଷଣା ଉପରେ ଏବେ ନଜର ରହିଛି। କାହାକୁ କିଏ ପ୍ରାର୍ଥୀ କରିବେ ତାହାକୁ ନେଇ ଚାଲିଛି ଅଙ୍କକଷା। ଏଥରକ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସମେତ ଆଞ୍ଚଳିକ ଦଳଗୁଡ଼ିକର ପ୍ରମୁଖ ଭୂମିକା ରହିବ। ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରକ୍ଷା କରିଆସୁଥିବା ବିଜେଡି କାହାକୁ ସମର୍ଥନ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୭ ରାଷ୍ଟ୍ରପତି ନିର୍ବାଚନ ବେଳେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିଲା ବିଜେଡି।

କିନ୍ତୁ ଉପ ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା ଦଳ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡି, ୱାଇଏସଆର୍‌ କଂଗ୍ରେସ, ଟିଆରଏସ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨.୨% କମ୍‌ ଭୋଟ୍‌ ରହିଛି। ୱାଇଏସଆର କଂଗ୍ରେସ ପାଖରେ ୪%, ବିଜେଡି ପାଖରେ ୨.୯% ଏବଂ ଟିଆରଏସ ନିକଟରେ ରହିଛି ୨.୨% ଭୋଟ୍‌ । ଏ ପରିସ୍ଥିତିରେ ବିଜେଡି ସୁପ୍ରିମୋଙ୍କ ଆଭିମୁଖ୍ୟ ଉପରେ ନଜର ରହିଛି। ସୂଚନାଯୋଗ୍ୟ ଯେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜରେ ମୋଟ ୪ ହଜାର ୮୦୯ ସାଂସଦ ଓ ବିଧାୟକ ମତଦାତା ଅଛନ୍ତି। ସେଥି ମଧ୍ୟରୁ ୭୭୬ ଜଣ ସାଂସଦ ଓ ୪ ହଜାର ୩୩ ଜଣ ବିଧାୟକ। ସାଂସଦଙ୍କ ଭୋଟର ମୂଲ୍ୟ ୫ ଲକ୍ଷ ୪୩ ହଜାର ୨୦୦ ରହିଛି। ଅନ୍ୟପଟେ ସବୁ ବିଧାୟକଙ୍କ ଭୋଟର ମୂଲ୍ୟ ହେଉଛି ୫ ଲକ୍ଷ ୪୩ ହଜାର ୨୩୧। ମୋଟ ଭୋଟର ମୂଲ୍ୟ ହେଉଛି ୧୦ ଲକ୍ଷ ୮୬ ହଜାର ୪୩୧। ତେବେ ଆଗକୁ ବିଜେଡି କାହା ସପକ୍ଷରେ ଯାଉଛି ତାହା ସମୟ କହିବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading