ଯେତେବେଳେ ଘରେ କାହାର ମୃତ୍ୟୁ ଘଟେ, ସେତେବେଳେ ୧୩ ଦିନ ଯାଏଁ ଗରୁଡ଼ ପୁରାଣ ପାଠ ରଖାଯାଏ। ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଆତ୍ମା ତୁରନ୍ତ ପୁନର୍ଜନ୍ମ ନେଇଥାନ୍ତି। କାହାକୁ ୩ ଦିନ ଲାଗେ ତ ଆଉ କାହାକୁ ୧୦ରୁ ୧୩ ଦିନ ଲାଗିଥାଏ। ହିନ୍ଦୁ ଧର୍ମ ଅନୁସାରେ, ପରିବାରରେ କାହାର ମୃତ୍ୟୁ ହେବା ପରେ ତାଙ୍କ ପୁଅ କିମ୍ବା ପରିବାର ଲୋକ ଅନ୍ତିମ ସଂସ୍କାର କରିଥାନ୍ତି। ଫଳରେ ଆତ୍ମାର ସଦ୍ଗତି ପ୍ରାପ୍ତି ହୋଇଥାଏ। ଅନ୍ୟପଟେ ମୃତ୍ୟୁ ପରେ ଆତ୍ମାର ଯାତ୍ରା ବ୍ୟତୀତ ଗରୁଡ଼ ପୁରାଣରେ ମଧ୍ୟ ମୃତ୍ୟୁ ପରର କିଛି ସଂସ୍କାର ଓ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହାକୁ ସମସ୍ତେ ଆପଣାଇବା ଆବଶ୍ୟକ। ଫଳରେ ଦୁନିଆ ଛାଡ଼ି ଯାଉଥିବା ବ୍ୟକ୍ତିଙ୍କୁ ଶାନ୍ତି ମିଳିଥାଏ।
୧. ଶବରେ ଅଗ୍ନି ସଂଯୋଗ କରିବା ପୂର୍ବରୁ ମୃତକଙ୍କ ପୁଅ କିମ୍ବା ତାଙ୍କ ନିକଟତର ଲୋକ କଣା ହୋଇଥିବା ମାଠିଆରେ ଜଳ ପୂର୍ଣ୍ଣ କରି ଶବ ପରିକ୍ରମା କରିଥାନ୍ତି। ଏହା ପରେ ମାଠିଆକୁ ନିଶ୍ଚୟ ଭାଙ୍ଗିବା ଦରକାର। ମୃତକଙ୍କ ସହ ମୋହ ଭାଙ୍ଗିବାକୁ ଏଭଳି କରାଯାଏ। ଫଳରେ ଆତ୍ମା ନିଜ ପରିବାରର ମୋହ ଛାଡ଼ି ଅନ୍ୟ ଯାତ୍ରା ଆରମ୍ଭ କରିପାରିବେ।
୨. ପରିଜନଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ନିଶ୍ଚୟ ଭାବେ ମୃତ ଦେହଙ୍କୁ ସ୍ନାନ କରାନ୍ତୁ। ଏଥିସହ ନୂଆ ପୋଷାକ ପିନ୍ଧାଇ ଶରୀରରେ ଚନ୍ଦନ, ଘିଅ ଓ ରାଶି ତେଲ ଲଗାନ୍ତୁ।
୩. ସୂର୍ଯ୍ୟାସ୍ତ ପରେ କେବେ ବି କୌଣସି ଶବକୁ ସଂସ୍କାର କରିବା ଉଚିତ୍ ନୁହେଁ। ଯଦି ଏଭଳି ସ୍ଥିତି ଉପୁଜୁଛି ତେବେ ଶବକୁ ଘରେ ରଖନ୍ତୁ ଓ ତାଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ। ତା’ ପରଦିନ ଦାହ ସଂସ୍କାର ବିଧି ଆରମ୍ଭ କରନ୍ତୁ। କୁହାଯାଏ, ସୂର୍ଯ୍ୟାସ୍ତ ପରେ ଶବ ସଂସ୍କାର କଲେ ଆତ୍ମାକୁ ଶାନ୍ତି ମିଳି ନଥାଏ।
୪. ଅନ୍ତିମ ସଂସ୍କାର କରିବା ପରେ ପରିଜନ କେବେ ବି ପଛକୁ ବୁଲି ଦେଖିବା ଉଚିତ୍ ନୁହେଁ। ଏଭଳି କଲେ ଆତ୍ମା ଅନୁଭବ କରନ୍ତି ଯେ ଘର ଲୋକଙ୍କର ଆଉ ତାଙ୍କ ପ୍ରତି ମୋହ ନାହିଁ। ଫଳରେ ସେ ଶାନ୍ତିରେ ଅନ୍ୟ ଲୋକକୁ ଯାତ୍ରା କରିପାରନ୍ତି।
Discover more from odia.bnslive.in
Subscribe to get the latest posts sent to your email.