ଏଥର ସମସ୍ତେ ବିଦେଶରେ ପାଠପଢିବାର ସୁଯୋଗ ପାଇପାରିବେ, କେମିତି କରିବେ ଆବେଦନ ଆସନ୍ତୁ ଜାଣିବା

Creat A Revolution
           

ବିଦେଶରେ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଫରେନ୍‌ରେ ପଢ଼ିବାକୁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଲିପ୍‌ ସ୍କଲାର (Leap Scholar)। ଲିପ୍‌ ସ୍କଲାର ପକ୍ଷରୁ ଆରମ୍ଭ ହୋଇଛି ଦ ଲିପ୍‌ ସ୍କଲାରସିପ୍‌ ୨୦୨୨ (The Leap Scholarship 2022)। ଏହି ସ୍କଲାରସିପ୍‌ରେ ପିଲା ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଦକ୍ଷତାର ବିକାଶ କରିପାରିବେ। ଏଥିସହ ସାରା ବିଶ୍ୱ ସ୍ତରରେ କାମ କରିବାର ସୁଯୋଗ ପାଇବେ। ଏଥି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ।

ଏଥିସହ ତାଙ୍କର IELTS ସ୍କୋର ୬ ହୋଇଥିବା ଆବଶ୍ୟକ। ଦ୍ୱାଦଶରେ ତାଙ୍କର ୬୦ ପ୍ରତିଶତ କିମ୍ବା ତା’ ଠାରୁ ଅଧିକ ମାର୍କ ରହିଥିବା ଦରକାର। ଫ୍ରେସରମାନେ ବି ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। କିନ୍ତୁ ୪ ବର୍ଷ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ।ଏହି ସ୍କଲାରସିପ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ ଶତ ପ୍ରତିଶତ ପଢ଼ା ଖର୍ଚ୍ଚ ଦିଆଯିବ। ଏହି ସ୍କଲାରସିପ୍‌ରେ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ପ୍ରଦାନ କରାଯିବ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ୨୦୨୨। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ସେପ୍ଟେମ୍ବର ୩୦ ଦିନ କିମ୍ବା ତା’ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ।

Scholarship

ସଂସ୍ଥାର ନାମ -: ଲିପ୍‌ ସ୍କଲାର (Leap Scholar)

ସ୍କଲାରସିପ୍‌ର ନାଁ -: ଦ ଲିପ୍‌ ସ୍କଲାରସିପ୍‌ ୨୦୨୨ (The Leap Scholarship 2022)

ଯୋଗ୍ୟତା -:

  • ପ୍ରାର୍ଥୀ + ୨ ପାସ୍‌ କରିଥିବା ଆବଶ୍ୟକ
  • IELTS ସ୍କୋର ୬ ଥିବା ଦରକାର

ଆବେଦନର ଶେଷ ତାରିଖ -:

୩୦ ସେପ୍ଟେମ୍ବର ୨୦୨୨

ଏହି ସ୍କଲାରସିପ୍‌ ପାଇଁ ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://leapscholar.com/ କୁ ଯାଆନ୍ତୁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading