ଏହି ସବୁ ସାମଗ୍ରୀ ତଳେ ପଡିଲେ ଘଟିବ ଅଘଟଣ, ସାବଧାନ ଓ ସତର୍କ ରହିବେ …

Creat A Revolution
           

ବେଳେବେଳେ ଘରେ କାମ କରିବା ସମୟରେ ପ୍ରାୟ ଅନେକଙ୍କ ହାତରୁ ଚିନି, ଲୁଣ ଓ ଚାଉଳ ଢାଳିଯାଏ। କିନ୍ତୁ ହୁଏତ ଆପଣ ଜାଣି ନଥିବେ ଏପରି ହେବା ଅଶୁଭ ଫଳ ଦେଇଥାଏ ଓ କିଛି ଅଶୁଭ ହେବାର ସଂକେତ ଦେଇଥାଏ। ଯାହାକୁ କିଛି ଲୋକେ ଅଣଦେଖା କରନ୍ତି। ତେଣୁ ଏହି ବିଷୟରେ ଆପଣଙ୍କୁ ଜାଣିବା ଉଚିତ୍। ତେବେ ପ୍ରଥମେ ଆସୁଛି ଲୁଣ। ଲୁଣକୁ କେବେ ବି ଢାଳିବା କଥା ନୁହେଁ କି ନଷ୍ଟ କରିବା ଉଚିତ୍ ନୁହେଁ। କାରଣ ଏପରି କରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ବଢ଼ିଥାଏ। ଲୁଣ ହାତରୁ ପଡ଼ିଲେ ଘରେ ଅଶାନ୍ତି ସୃଷ୍ଟି ହୁଏ ଓ ଏହା ସହିତ ଗ୍ରହ ମଧ୍ୟ ଅଶୁଭ ଫଳ ଦେଇଥାଏ। କିଛି ଲୋକ ବିଶ୍ଵାସ କରନ୍ତି ଯେ ଏହି ଲୁଣ ହାତରୁ ପଡ଼ିଲେ ଆୟୁଷ ହାନି ହୋଇଥାଏ।

କ୍ଷୀର -: ଯେହେତୁ କ୍ଷୀର ଧଳା, ଏହାକୁ ଶୁଭ କାର୍ଯ୍ୟରେ ସବୁବେଳେ ବ୍ୟବହାର କରାଯାଏ। ତେବେ କ୍ଷୀର ମଧ୍ୟ ହାତରୁ ଢାଳିବା ଦ୍ଵାରା ଏହା ସନ୍ତାନଙ୍କ ଜୀବନରେ ଅଶାନ୍ତି ଆଣିଥାଏ। ତେବେ ଗ୍ୟାସ୍ ରୁ କ୍ଷୀର ଉତୁରିଲେ ତାହା ଶୁଭ ବୋଲି କୁହାଯାଇଥାଏ। ତେବେ ନୂଆ ଘର ତିଆରି କରିବା ବେଳେ ଯଦି କ୍ଷୀର ଢାଳେ, ତାହା ଶୁଭ ବୋଲି କୁହାଯାଇଥାଏ।

ଚାଉଳ -: ଚାଉଳକୁ ମଧ୍ୟ ଶୁଭ କୁହାଯାଏ ଓ ଏହାକୁ ଅନେକ ଶୁଭ କାମରେ ବ୍ୟବହାର କରାଯାଏ। ଚାଉଳ ମଧ୍ୟ ହାତରୁ ପଡ଼ିଲେ ଖରାପ ବୋଲି କୁହାଯାଏ। ଏପରି ହେଲେ ଅଶୁଭ ଖବର ମିଳେ। କିନ୍ତୁ ନୂଆ ବୋହୂ ଘରେ ପ୍ରବେଶ କଲେ ଚାଉଳ କଳସୀ ଢାଳିଲେ ତାହା ଶୁଭ ହୋଇଥାଏ। କିନ୍ତୁ ଅନେକ ବିଦ୍ୱାନ ଏହାକୁ ମଧ୍ୟ ମାନନ୍ତି ନାହିଁ।

ଚିନି -: ଚିନିକୁ ଭଗବାନଙ୍କ ପ୍ରସାଦ ବୋଲି କୁହାଯାଏ। ତେଣୁ ଚିନି ଯଦି ଆପଣଙ୍କ ହାତରୁ ଢାଳି ଯାଉଛି, ଏହା ମଧ୍ୟ ଅଶୁଭ ଖବର ଦେଇଥାଏ।
ନଡ଼ିଆ -: ନଡ଼ିଆକୁ ମଧ୍ୟ ଶୁଭ ଫଳ କୁହାଯାଏ । ତେଣୁ ଏହାକୁ ପ୍ରାୟତ ଅନେକ କାମରେ ବ୍ୟବହାର କରାଯାଏ। ଏହାର ରଙ୍ଗ ଧଳା ହୋଇଥିବାରୁ ଏହା ଶୁଭ କାମରେ ବ୍ୟବହାର କରାଯାଏ। ତେଣୁ ନଡ଼ିଆ ଯଦି ହାତରୁ ପଡୁଛି, ଏହା ଆପଣଙ୍କ କାର୍ଯ୍ୟରେ ଉନ୍ନତି ହୋଇପାରିବ ନାହିଁ ବୋଲି ସୂଚାଇଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading