INSA ଆରମ୍ଭ କଲା ନୂଆ କାର୍ଯ୍ୟକ୍ରମ, ଭାଗ ନେଉଥିବା ପ୍ରାର୍ଥୀଙ୍କୁ ମାସିକ ୨୫,୦୦୦ ଟଙ୍କା ପୁରସ୍କାର , ସାର୍ଟିଫିକେଟ୍‌ ଓ ବ୍ରୋଞ୍ଜ୍‌ ମେଡାଲ

Creat A Revolution
           

ବିଜ୍ଞାନର ଅଗ୍ରଗତି ତଥା ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ଅଧିକ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଇନ୍‌ସା ଇନ୍ଦିରାଗାନ୍ଧୀ ପ୍ରାଇଜ୍‌ ଫର ପପୁଲାରାଇଜେସନ୍‌ ଅଫ୍‌ ସାଇନ୍ସ ୨୦୨୩ (INSA Indira Gandhi Prize for Popularization of Science 2023)। ଜାତୀୟ ବିଜ୍ଞାନ ଏକାଡେମୀ ବା ନ୍ୟାସନାଲ ସାଇନ୍ସ ଏକାଡେମୀ National Science Academy (INSA) ପକ୍ଷରୁ ପିଲାଙ୍କ ମଧ୍ୟରେ ବିଜ୍ଞାନକୁ ନେଇ ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

Executive Director at INSA- Indian National Science Academy, New Delhi

ଯେଉଁ ପିଲାମାନେ ଲେଖକ, ସମ୍ପାଦକ, ସାମ୍ବାଦିକ, ଅଧ୍ୟାପକ, ରେଡିଓ କିମ୍ବା ଟିଭି ପ୍ରୋଗ୍ରାମ ନିର୍ଦ୍ଦେଶକ, ବିଜ୍ଞାନ ଫଟୋଗ୍ରାଫର ଭାବେ କାମ କରି ବିଜ୍ଞାନର ଉନ୍ନତି ପାଇଁ ତଥା ରିସର୍ଚ୍ଚ କରାଇବାକୁ ଇଚ୍ଛୁକ ଏହି କାର୍ଯ୍ୟକ୍ରମ କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ବିଜ୍ଞାନର ଆବଶ୍ୟକତା, ଆମ ଜୀବନରେ ବିଜ୍ଞାନର ଉପଯୋଗିତା, ରିସର୍ଚ୍ଚର ଆବଶ୍ୟକତା ଆଦି ଉପରେ ପ୍ରାର୍ଥୀଙ୍କର ଆଗ୍ରହ ଥିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରାର୍ଥୀଙ୍କୁ ପୁରସ୍କାର ସ୍ୱରୂପ ମାସିକ ୨୫,୦୦୦ ଟଙ୍କା, ସାର୍ଟିଫିକେଟ୍‌ ଓ ବ୍ରୋଞ୍ଜ୍‌ ମେଡାଲ ପ୍ରଦାନ କରାଯିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ୧୫ ଜୁଲାଇ ୨୦୨୨ ପୂର୍ବରୁ ଆବେଦନ କରିପାରିବେ।

କାର୍ଯ୍ୟକ୍ରମର ନାଁ:

ଇନ୍‌ସା ଇନ୍ଦିରାଗାନ୍ଧୀ ପ୍ରାଇଜ୍‌ ଫର ପପୁଲାରାଇଜେସନ୍‌ ଅଫ୍‌ ସାଇନ୍ସ ୨୦୨୩ (INSA Indira Gandhi Prize for Popularization of Science 2023)

ସଂସ୍ଥାର ନାମ:

ନ୍ୟାସନାଲ ସାଇନ୍ସ ଏକାଡେମୀ (National Science Academy)

ପୁରସ୍କାର:

ମାସିକ ୨୫,୦୦୦ ଟଙ୍କା, ସାର୍ଟିଫିକେଟ୍‌ ଓ ବ୍ରୋଞ୍ଜ୍‌ ମେଡାଲ

ଆବେଦନର ଶେଷ ତାରିଖ:

୧୫ ଜୁଲାଇ ୨୦୨୨

ଛାତ୍ରଛାତ୍ରୀ କେବଳ ଅଫ୍‌ଲାଇନ୍‌ରେ ହିଁ ଏଥିପାଇଁ ଆବେଦନ କରି ପାରିବେ। ଆବେଦନ କରିବା ପାଇଁ ସମସ୍ତ କାଗଜ ପତ୍ରକୁ ନିମ୍ନୋକ୍ତ ଠିକଣାକୁ ପଠାଇବାକୁ ହେବ:

ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର,
ଇଣ୍ଡିଆନ୍‌ ନ୍ୟାସନାଲ ସାଇନ୍ସ ଏକାଡେମୀ,
ବାହାଦୂର ଶାହ ଜାଫର ମାର୍ଗ, ନୂଆଦିଲ୍ଲୀ-୧୧୦୦୦୨

ଅଧିକ ସୂଚନା ପାଇଁ ଅଫିସିଆଲ ନୋଟିଫିକେସନ୍‌ INSA Indira Gandhi Prize for Popularization of Science 2023 ଚେକ୍‌ କରନ୍ତୁ।

A


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading