ଅଗ୍ନିବୀରଙ୍କ ପାଇଁ ଖୁସୀ ଖବର, ମହିନ୍ଦ୍ରା ଗ୍ରୁପ ଦେଲା ବଡ ଅଫର …

Creat A Revolution
           

ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଧ ଚାଲୁଛି। ବିଭିନ୍ନ ସ୍ଥାନରେ ଧାରଣା, ଟ୍ରେନପୋଡି ଖବର ମଧ୍ୟ ଦେଖିବାକୁ ମିଳିଛି। ଅଗ୍ନିପଥ ଯୋଜନା ଘୋଷଣା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା, ଓଡିଶା, ପଶ୍ଚିବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଏବଂ ଆସାମ ସହିତ କିଛି ରାଜ୍ୟରେ ଏହାର ବିରୋଧ ହେଉଛି। ଅନେକ ସ୍ଥାନରେ ଆନ୍ଦୋଳନକାରୀ ଦେଶର ସମ୍ପତ୍ତି ମଧ୍ୟ କ୍ଷତି କରିଛନ୍ତି। ଏହି ଯୋଜନା ନେଇ ଚାଲିଥିବା ହିଂସାକୁ ଦେଖି ମହିନ୍ଦ୍ର ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ବଡ ଅଫର ଦେଇଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ଵିଟ୍‌ କରି କହିଛନ୍ତି, ‘ ମୁଁ ଅଗ୍ନିପଥ ଯୋଜନାକୁ ନେଇ ହେଉଥିବା ହିଂସା ଯୋଗୁଁ ବହୁତ ଦୁଃଖିତ ରହିଛି। ଗତବର୍ଷ ଏହି ଯୋଜନା ବିଷୟରେ ଘୋଷଣା କରାଯାଇଥିଲା। ମୁଁ ସେତେବେଳେ ବି କହିଥିଲି, ଅଗ୍ନିବୀରଙ୍କ ଅନୁଶାସନ ଏବଂ କୌଶଳ ସେମାନଙ୍କୁ ରୋଜଗାର ଦେବା ପାଇଁ ଯୋଗ୍ୟ ବନାଇବ।

ମହିନ୍ଦ୍ରା ଗ୍ରୁପର ବଡ ଅଫର୍ । ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍ରେ ମିଳିବ ନିଯୁକ୍ତି। ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍ରେ କାମ କରିବାକୁ ସୁଯୋଗ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି ବୋଲି କହିଛି ମହିନ୍ଦ୍ର ଗ୍ରୁପ୍। ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ, ଅଗ୍ନିପଥ ଯୋଜନା ଲାଗୁ ହେବା ପରେ ଯେଉଁଭଳି ଭାବରେ ହିଂସା ପ୍ରଦର୍ଶନ ହେଉଛି ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଅଗ୍ନିବୀରଙ୍କୁ ଯେଉଁ ଅନୁଶାସନ ଏବଂ କୌଶଳ ମିଳିବ ତାହା ସେମାନଙ୍କୁ ଉଲ୍ଲେଖନୀୟ ରୂପରେ ରୋଜଗାରକ୍ଷମ କରିବାରେ ସହାୟକ ହେବ। ମହିନ୍ଦ୍ରା ଗ୍ରୁପ୍ ଏହିଭଳି ପ୍ରଶିକ୍ଷିତ, ସକ୍ଷମ ଯୁବକଙ୍କୁ ନିଯୁକ୍ତି ଦେବାକୁ ସୁଯୋଗ ଦେବ। ତେବେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରାଯାଇଛି। ଗୃହମନ୍ତ୍ରଣାଳୟର କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସ (CAPF)ଓ ଆସାମ ଲାଇଫଲ୍ସର ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଦେବା ନେଇ ଘୋଷଣା କରିଛନ୍ତି । ଏହାସହ ମନ୍ତ୍ରଣାଳୟର ଅଗ୍ନିବୀର ଭାବେ ସେବା ପୂରଣ କରିସାରିଥିବା ଯବାନଙ୍କ ବୟସସୀମାରେ ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଆଧିକ ୩ ବର୍ଷର ରିହାତି ମିଳିବ । ଏହାସହ ଅଗ୍ନୀପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରାଯାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading