ସ୍ତ୍ରୀ ଥାନାକୁ ଗଲା ବୋଲି ଆତ୍ମହତ୍ୟା କଲା ସ୍ୱାମୀ …

Creat A Revolution
           
-ll click & warch now ll subscribe now ll

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଶେଷରେ ବାଛିନେଲେ ଆତ୍ମହତ୍ୟାର ବାଟ । ଏକ ଅଭାବନୀୟ ଘଟଣା ଘଟିଛି ପାଗା ଫାଣ୍ଡି ଅଞ୍ଚଳରେ ।ଯେତେବେଳେ ମାନସିକ ଚାପ ଆସିଥାଏ ସେତେବେଳେ ମଣିଷ ବାଛି ନେଇଥାଏ ମୃତ୍ୟୁର ବାଟକୁ ।ଯେପରି କରିଛନ୍ତି ପ୍ରତାପ ମାଝୀ । ହଁ ଆଜ୍ଞା ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଫାଗା ଫାଣ୍ଡି ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମରେ ।ଏହି ଗ୍ରାମରେ ବାସ କରନ୍ତି ପ୍ରତାପ ମାଝୀ ଓ ତାଙ୍କ ପରିବାର ।ହସ ଖୁସିରେ ସମୟ ବିତୁଥିଲା ବେଳେ ଅଶାନ୍ତିର କଳା ବାଦଲ ଛାଇ ଯାଇଥିଲା ତାଙ୍କ ପରିବାର ଉପରେ ।ସୂଚନା ମୂତାବକ ପ୍ରତାପ ମାଝୀ ପ୍ରଥମେ ବିବାହ ହୋଇଥିଲେ ଓ ପରେ ଦ୍ୱତୀୟ ବିବାହ କରିଥିଲେ ।

ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ପାଗା ଫାଣ୍ଡି ରେ ଅଭିଯୋଗ କରିଥିଲେ ।ପାଗା ଫାଣ୍ଡି ଅଧିକାରୀ ପ୍ରତାପ ମାଝୀକୁ ଡକାଇ ଆଲୋଚନା କରି ଏହି କେଶକୁ ରଫାଦଫା କରିବାକୁ କହିଥିଲେ ।ଏଥିରେ କଣ ହେଲା କେଜାଣି ଗତ କାଲି ପ୍ରତାପ ମାଝୀ ନିଜ ଘରେ ଆତ୍ମହତ୍ୟା କରିଥିଲେ ।ଏହା ପାରିବାରିକ କଳହ କିମ୍ବା ଆଉ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ ।ପାଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଚଳାଇଛି ।ତଦନ୍ତ ପରେ ଜଣାପଡିବ ଏହା ଆତ୍ମହତ୍ୟା ନା ଆଉକଣ ।ସେ ଯାହାବି ହେଉ କୈାଣସି ସମସ୍ୟା ହେଲେ ତାହାର ସମାଧାନ ଥାଏ ।ସବୁ ସମସ୍ୟା ର କଣ ସମାଧାନ ଆତ୍ମହତ୍ୟା ଓ ହତ୍ୟା ।ସମସ୍ୟାର ଉଚିତ ମୁକାବିଲା କରିବା ହିଁ ଶ୍ରେଷ୍ଠ ପନ୍ଥା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading