ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଆଜିର ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ। ଏଠି ପୁଅ ମାଆର ଶତୃ ଓ ବାପାର ଶତୃ ସାଜୁଛି ।ବୁଦ୍ଧି ବିବେକ ହଜେଇ ପାଲଟି ଯାଉଛି ସଇତାନ । ହଁ ଆଜ୍ଞା ଏଭଳି ଏକ ହୃଦୟ ବିଦାରକ ଘଟଣା ଆପଣଙ୍କୁ ଦେଖାଉଛୁ ଆମ ଚାନେଲ ମାଧ୍ୟମରେ । ଜନ୍ମକଲା ମାକୁ ପନିକିରେ ହାଣିଲା ପୁଅ। ଦଶ ମାସ ଦସ ଦିନ ଗର୍ଭରେ ଧରି ଯେଙ ମାଆ କଷ୍ଟ ସହି ଜନ୍ମ କରିଥିଲା ଏକମାତ୍ର ପୁଅକୁ ସେହି ପୁଅ ଆଜି ଭୁଲି ଗଲା ମାଆର ଯନ୍ତ୍ରଣା ଆଉ ପାଲଟିଗଲା ମାଆର ହତ୍ୟାକାରୀ।
ଏଭଳି ହୃଦୟବିଦାରକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ପଞ୍ଚାୟତର ଦଶ ନମ୍ବର ୱାର୍ଡରେ। ପାରିବାରିକ କଳହରୁ ଯନ୍ମକଲା ମାଆ ପ୍ରମିଳା ସ୍ୱାଇଁଙ୍କୁ ପନିକିରେ ହାଣି ହତ୍ୟା କଲା ଏକମାତ୍ର ପୁଅ ଜିତେନ୍ଦ୍ର ସ୍ୱାଇଁ। ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଏଭଳି ଘଟଣାକୁ ସ୍ଥାନୀୟ ଲୋକମାନେ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତକୁ ଯଥାଶୀଘ୍ର ଗିରଫ କରି ଫାଶୀଦଣ୍ଡ ପାଇଁ ଦାବି କରିଛନ୍ତି।ଥରେ ଭାବନ୍ତୁ ତ ସତରେ କଣ ଆଜିର ମଣିଷ ବୁଦ୍ଧି ଜ୍ଞାନ ବିବେକ ଶୂନ୍ୟ ହୋଇଯାଇଛି । ସମ୍ପର୍କର ମାନେ ଭୂଲି ଯାଇଛି । ବିଚାର ଏବେ ଆପଣ ମାନଙ୍କର …
Discover more from odia.bnslive.in
Subscribe to get the latest posts sent to your email.