ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବର୍ଜନ, ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା

Creat A Revolution
           
Madhusudan Law College in Odisha becomes university - Times of India

କଟକ -: ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟରେ ପରୀକ୍ଷା ବନ୍ଦ କରାଯିବା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଶତାଧିକ ଛାତ୍ରଛାତ୍ରୀ। କ୍ୟାମ୍ପସରେ ଏକାଧିକ ଶିକ୍ଷକ କରୋନା ପଜିଟିଭ ବାହାରିବା ପରେ ଆଜି ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ। ଫଳରେ ବିଶ୍ବବିଦ୍ୟାଳୟ ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି।

ଆଜି ୫ମ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ ପେପର ପରୀକ୍ଷା ହେବାକୁ ଥିବାବେଳେ କ୍ୟାମ୍ପସରେ କରୋନା ପଜିଟିଭ ବାହାରିବା ପରେ ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର ପରୀକ୍ଷା କରିବା ସହ ଅନ ଲାଇନ ପରୀକ୍ଷା କରିବା ପାଇଁ ଦାବି କରି ପରୀକ୍ଷା ବର୍ଜନ କରିଛନ୍ତି। ଗତ କିଛି ଦିନ ତଳେ କିଛି ପରୀକ୍ଷା ନିରୀକ୍ଷକ ପଜିଟିଭ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ତିନି ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି। ଆଜି ସ‌ାଢ଼େ୧୦ଟାରୁ  ସ‌ାଢ଼େ୧ ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଅନ୍ୟପଟେ ଏହି ଘଟଣାରେ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading