ଆଠଗଡରେ ବାହୁଡା ଅବସରରେ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ଉନ୍ମୋଚିତ

Creat A Revolution
           

ଆଠଗଡ – ଆଠଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ସମ୍ବାଦପତ୍ର ଉଦୟଲାବଣ୍ୟର ସଫଳତା ପରେ ଏହି ସଂସ୍ଥା ଆଉ ଏକ ମାସିକ ସାହିତ୍ୟ ପତ୍ରିକା ଲାବଣ୍ୟବତୀ ପ୍ରକାଶ କରିଛନ୍ତି l ପବିତ୍ର ବାହୁଡା ଦଶମୀ ଅବସରରେ ସ୍ଥାନୀୟ ଝୁଲଣ ମନ୍ଦିର ପରିସରରେ ଲାବଣ୍ୟବତୀ ମାସିକ ସାହିତ୍ୟ ପତ୍ରିକା ଉନ୍ମୋଚିତ ହୋଇଯାଇଛି l

ଲାବଣ୍ୟବତୀର ସମ୍ପାଦକ ଲଲାଟେନ୍ଦୁ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ସାଧୁ ତଥା ଶିଳାଧାମ ମଠର ମଂହନ୍ତ ସ୍ୱାମୀ ଯଶୋଦା ନନ୍ଦ ମହାରାଜ,ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଆଠଗଡ ସାହିତ୍ୟ ସମାଜ ତଥା ଗଡଜାତ ପରିକ୍ରମାର ସଭାପତି ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଶିକ୍ଷାବିତ ତ୍ରିଲୋଚନ ଦାଶ ଏବଂ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଆଠଗଡ ସାହିତ୍ୟ ସମାଜର ସଭ୍ୟ ପ୍ରମୋଦ କୁମାର ବିଷୋୟୀ, ଲାବଣ୍ୟବତୀ ମାସିକ ସାହିତ୍ୟ ପତ୍ରିକାକୁ ଉନ୍ମୋଚନ କରିଥିଲେ ଲାବଣ୍ୟବତୀ ସେନାପତି,ଏହି ସଭାରେ ଧନ୍ୟବାଦ ପ୍ରଦାନ କରିଥିଲେ ଉଦୟ ଲାବଣ୍ୟ ସହ ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ,ଏହି ମାସିକ ପତ୍ରିକା ଉନ୍ମୋଚନ ଅବସରରେ ଆଠଗଡ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।ଲାବଣ୍ୟବତୀ ସାହିତ୍ୟ ପତ୍ରିକାର ପ୍ରକାଶକ ଓ ମୁଦ୍ରାକର ହେଉଛନ୍ତି ଦେବାଶିଷ ସେନାପତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading